ପୁଣି ତାଇୱାନକୁ ଡରାଇଲା ଚୀନ : ଆରମ୍ଭ କଲା ବୃହତ୍ ସମରାଭ୍ୟାସ

ପୁଣି ତାଇଓ୍ବାନକୁ ଡରାଇଲା ଚୀନ

ତାଇପେଇ : ପୁଣି ଥରେ ତାଇୱାନ ଉପକୂଳ ନିକଟରେ ଯୁଦ୍ଧାଭ୍ୟାସ କରିଛି ଚୀନ। ରବିବାରଦିନ ଚୀନ ସେନା ବା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ପୂର୍ବାଞ୍ଚଳ ଥିଏଟର କମାଣ୍ଡ ପକ୍ଷରୁ ଏହି ଯୁଦ୍ଧାଭ୍ୟାସ କରାଯାଇଥିବା ଚୀନ ପକ୍ଷରୁ କୁହାଯାଇଛି। ଏହି ସମରାଭ୍ୟାସରେ ଲଢୁଆ ବିମାନ ଓ ଯୁଦ୍ଧ ଜାହାଜ ବ୍ୟବହାର କରାଯାଇଥିଲା। ଗତ ଏକ ମାସ ମଧ୍ୟରେ ଚୀନର ଏହା ହେଉଛି ୨ୟ ସମରାଭ୍ୟାସ।
ତାଇୱାନକୁ ସମର୍ଥନ କରୁଥିବା ‘ବାହ୍ୟ ଶକ୍ତି’ଙ୍କ ମୁକାବିଲା କରବା ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବା ପାଇଁ ଏହି ସମରାଭ୍ୟାସ କରାଯାଇଥିବା ଚୀନ କହିଛି। ଆହୁରି ମଧ୍ୟ ତାଇୱାନର ସ୍ୱାଧୀନତା ସପକ୍ଷବାଦୀମାନଙ୍କୁ ଜବାବ ଦେବାକୁ ଏହି ସମରାଭ୍ୟାସ କରାଯାଇଥିବା ଚୀନ କହିଛି। ଅନ୍ୟପକ୍ଷରେ ତାଇୱାନ ପକ୍ଷରୁ ଚୀନର ଏହି ସମରାଭ୍ୟାସକୁ ବିରୋଧ କରାଯାଇଛି। ତାଇୱାନର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଚୀନର ୫୭ଟି ଯୁଦ୍ଧ ବିମାନ ଓ ୪ଟି ଜାହାଜ ଏହି ସମରାଭ୍ୟାସରେ ଭାଗ ନେଇଥିଲେ। ତା ମଧ୍ୟରୁ ୨୮ଟି ବିମାନ ତାଇୱାନ ସୀମାର ନିକଟତର ହୋଇଥିଲେ। ଏହି ସମରାଭ୍ୟାସରେ ଭାଗ ନେଇଥିବା ଲଢୁଆ ବିମାନ ମଧ୍ୟରେ ଥିଲେ ସୁଖୋଇ-୩୦ ଓ ଜେ-୧୬ ପରି ଲଢୁଆ ବିମାନ। ଗତ ବର୍ଷ ଆମେରିକା ନିମ୍ନ ସଦନର ବାଚସ୍ପତି ନାନସି ପେଲୋସି ତାଇୱାନ ଗସ୍ତ କରିବା ପରେ ଚୀନ ଓ ତାଇୱାନ ମଧ୍ୟରେ ଉତ୍ତେଜନା ବଢିଯାଇଥିଲା।

Share Now:

Kalinga News Beuro

Next Post

ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ପର୍ଯ୍ୟଟକଙ୍କ ବସ

Mon Jan 9 , 2023
ପୁରୀ: ସାକ୍ଷୀଗୋପାଳ ମନ୍ଦିର ପାଖରେ ଅଗ୍ନିକାଣ୍ଡ। ପାର୍କିଂ ହୋଇଥିବାବେଳେ ଏକ ବସ ଜଳିଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ମନ୍ଦିର ପଛପଟେ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଏହି ବସରେ ନିଆଁ ଲାଗିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ପାର୍କିଂ କରି ଯାତ୍ରୀମାନେ ବାହାରେ ଖାଉଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା ଯେଉଁଥିପାଇଁ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରୁ ପୁରୀ ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ। ଆଜି ପର୍ଯ୍ୟଟକଙ୍କୁ […]
ଜଳିଗଲା ପର୍ଯ୍ୟଟକଙ୍କ ବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial