ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ପର୍ଯ୍ୟଟକଙ୍କ ବସ

ଜଳିଗଲା ପର୍ଯ୍ୟଟକଙ୍କ ବସ

ପୁରୀ: ସାକ୍ଷୀଗୋପାଳ ମନ୍ଦିର ପାଖରେ ଅଗ୍ନିକାଣ୍ଡ। ପାର୍କିଂ ହୋଇଥିବାବେଳେ ଏକ ବସ ଜଳିଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ମନ୍ଦିର ପଛପଟେ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଏହି ବସରେ ନିଆଁ ଲାଗିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ପାର୍କିଂ କରି ଯାତ୍ରୀମାନେ ବାହାରେ ଖାଉଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା ଯେଉଁଥିପାଇଁ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରୁ ପୁରୀ ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ। ଆଜି ପର୍ଯ୍ୟଟକଙ୍କୁ ନେଇ ଆସିଥିବା ବସ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଠିଆ ହୋଇଥିଲା। ବସ ପଛପଟେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଲିକ କାରଣରୁ ଅଗ୍ନିକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି।

Share Now:

Kalinga News Beuro

Next Post

ମଧ୍ୟାହ୍ନ ଭୋଜନରେ ପରସା ଯାଇଥିବା ଡାଲିରୁ ବାହାରିଲା ସାପ : ୩୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ

Tue Jan 10 , 2023
କୋଲକାତା: ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପ୍ରାଥମିକ ସ୍କୁଲରେ ପାଠପଢ଼ୁଥିବା ପିଲା ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ଭର୍ତ୍ତି ହୋଇଥିବା ଅସୁସ୍ଥ ପିଲା ସଂଖ୍ୟା ୩୦ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୀରଭୂମି ଜିଲ୍ଲାର ମୟୂରଶ୍ୱର ବ୍ଲକରେ ଥିବା ଏକ ପ୍ରାଥମିକ ସ୍କୁଲର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। […]
ମଧ୍ୟାହ୍ନ ଭୋଜନ ଡାଲିରୁ ବାହାରିଲା ସାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial