ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ତୁଟିଲା: ତିନି ଘଣ୍ଟା ବିଳମ୍ବରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି

ପୁରୀ: ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଛି। ଶେଷରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଛି ଗତକାଲି ରାତିର ଶତାଧିକ ଅଭଡ଼ା କୁଡ଼ୁଆ। କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଛି। ଉଲେ୍ଲଖଯୋଗ୍ୟ, ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡ଼ିବାରୁ ବଡ଼ ମହାସ୍ନାନ ହୋଇଥିଲା। ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା। କିନ୍ତୁ ଆଳତି ହେବାରେ ବିଳମ୍ବ ହେବାରୁ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏତେ ବିଳମ୍ବରେ ମହାପ୍ରସାଦ ନେଇ ଏବେ କ’ଣ କରିବୁ ବୋଲି ସୁଆର ସେବକମାନେ କହିଥିଲେ। ଏଥିସହ ସେମାନେ ପ୍ରସାଦ ଭୋଗମଣ୍ଡପରେ ଘରେ ଛାଡ଼ି ଚାଲିଯାଇଥିଲେ। ଫଳରେ ଗତକାଲିଠୁ ଶତାଧିକ ଅଭଡ଼ା କୁଡୁଆ ଭୋଗ ମଣ୍ଡପରେ ଭୋଗ ପଡ଼ିରହିଥିଲା। ଆଜି ସମସ୍ୟାର ସମାଧାନ ପରେ ଭୋଗ କୁଡ଼ୁଆ ବାହାରିଛି।

Share Now:

Kalinga News Beuro

Next Post

ପରୀକ୍ଷା‌ ଚାପରେ ନାବାଳକଙ୍କ ଆତ୍ମହତ୍ୟା

Mon Feb 5 , 2024
ଭୁବନେଶ୍ୱର: ଆଜି ଅପରାହ୍ନରେ ଖାରବେଳନଗର ଥାନା ୟୁନିଟ୍‌-୩ ଅଞ୍ଚଳରେ ଜଣେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ୟୁନିଟ୍‌-୩ କ୍ୱାର୍ଟର୍ସ ନମ୍ବର ୨୫/୧ରେ ରହୁଥିବା ସରକାରୀ କର୍ମଚାରୀ ସନ୍ତୋଷ ପରିଡ଼ାଙ୍କ ପୁଅ ସ୍ୱୟଂଶୁ(୧୪)। ସ୍ୱୟଂଶୁ ପାଠପଢ଼ା ଓ ପରୀକ୍ଷା ଚାପରୁ ଆତ୍ମହତ୍ୟା କରିଥିବା ନେଇ ବାପା ସନ୍ତୋଷ ପୁଲିସକୁ କହିଛନ୍ତି। କିନ୍ତୁ ତାଙ୍କ ଶାଶୂ ‘‘ମୋ’ ନାତିକୁ ଜୋଇଁ ମାରିଦେଲେ’’ କାନ୍ଦି କାନ୍ଦି କହୁଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial