ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ ବସ୍ତି ବାସିନ୍ଦା

ଭୁବନେଶ୍ୱର : ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ। ୫ଦିନ ହେବ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବସ୍ତି ଉନ୍ନୟନ ପରିଷଦ ଏଭଳି ନିଷ୍ପତ୍ତି ନେଇଛି। ଆଜି ଧାରଣାର ଶେଷ ଦିନରେ ଲୋୟର ପିଏମ୍‌ଜିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବସ୍ତି ସଂଘର୍ଷ ସମିତି ସଭାପତି ପ୍ରତାପ ସାହୁ ଓ ବସ୍ତି ଉନ୍ନୟନ ପରିଷଦର ସଭାପତି ରଞ୍ଜୁଲତା ମହାପାତ୍ର ଏହି ସୂଚନା ଦେଇଛନ୍ତି। ପରିଷଦ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ସମେତ ଅନ୍ୟ ମହାନଗର ନିଗମର ବସ୍ତିବାସିନ୍ଦାମାନେ ସ୍ଥାୟୀ ଥଇଥାନ ଓ ଜମିପଟ୍ଟା ନେଇ ବିଭିନ୍ନ ଆନ୍ଦୋଳନ କରି ଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଦାବିପତ୍ର ଦିଆସରିଛି। ହେଲେ ସରକାର ମନଇଚ୍ଛା ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଞ୍ଚଳରେ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରୁଛନ୍ତି। କେଉଁ ଉଦ୍ଦେଶ୍ୟରେ ସରକାର ଏଭଳି ପକ୍ଷପାତିତା କରୁଛନ୍ତି ବୋଲି ସଂଘ ପ୍ରଶ୍ନ କରିଛି।

Share Now:

Kalinga News Beuro

Leave a Reply

Next Post

ଭାରତ ବନ୍ଦ ଦିନ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତ୍ରିପୁରା ସରକାର

Sun Sep 16 , 2018
ନୂଆଦିଲ୍ଲୀ: ବିରୋଧୀ ଦଳ ପ୍ରାୟୋଜିତ ଭାରତ ବନ୍ଦ ଦିନ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ ତ୍ରିପୁରା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦେଶରେ ଇନ୍ଧନ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ଜଣାଇବାକୁ ବନ୍ଦ ଡାକରା ଦିଆଯାଇଥିଲା। ଯେଉଁମାନେ ସେଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୦ ତାରିଖ ଦିନ ଡିୟୁଟିରେ ଯୋଗ ଦେଇ ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶୁକ୍ରବାର ସନ୍ଧ୍ୟାରେ ସାଧାରଣ ପ୍ରଶାସନ (ପ୍ରଶାସନିକ ସଂସ୍କାର) ସମ୍ପୃକ୍ତ ବିଭାଗକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial