ପୁଣି ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର: ତିନି ଦଫା ଦାବି ନେଇ ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ଏଥିଲାଗି ଲୋୟର ପିଏମଜିରେ ଲକ୍ଷାଧିକ ଶିକ୍ଷକ ଏକାଠି ହେବେ। ସଂଘ ପକ୍ଷରୁ କୁହାଯାଇଛି, ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ। ସଂଘ ଦାବି କରିଛି, ଠିକା କର୍ମଚାରୀଙ୍କୁ ୬ ବର୍ଷର ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ। ସମାନ କାମକୁ ସମାନ ଦରମା ମିଳୁ। ଏହା ସହ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରିଛି ପ୍ରାଥମିକ ଶିକ୍ଷକ ସଂଘ।

Share Now:

Kalinga News Beuro

Next Post

ରିଲିଜ୍ ହେଲା ହରିହରଙ୍କ ଫିଲ୍ମ ‘ଭଗିଆ ଭାରିଜା’ର ପୋଷ୍ଟର

Mon Jan 15 , 2024
ଭୁବନେଶ୍ୱର: ରିଲିଜ୍ ହେଲା ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭଗିଆ ଭାରିଜା’ର ପୋଷ୍ଟର। ଫିଲ୍ମର କାହାଣୀ ଭିନ୍ନ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ପୂର୍ବ ଫିଲ୍ମ ‘ଧୋରେ ବାବୁ ଧୋ’ରେ ସରୋଗେସି ବିଷୟବସ୍ତୁକୁ ନେଇ ହରିହର ଫିଲ୍ମ କରିଥିବା ବେଳେ ‘ଭଗିଆ ଭାରିଜା’ରେ ମହିଳା ବା ଗୃହିଣୀମାନଙ୍କର ରିଲ୍ସ ଭିଡିଓରେ ଅତ୍ୟଧିକ ସଂପୃକ୍ତି ସମାଜରେ କ’ଣ ପ୍ରଭାବ ପକାଉଛି? ତାହା ଦେଖିବାକୁ ପାଇବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial