ଆଜି ‘ବିଶ୍ୱ ପେଙ୍ଗୁଇନ୍‌ ଦିବସ’: ନନ୍ଦନକାନନରେ ନାହିଁ ପେଙ୍ଗୁଇନ୍‌

ଆଜି ‘ବିଶ୍ବ ପେଙ୍ଗୁଇନ୍‌ ଦିବସ’

ଭୁବନେଶ୍ୱର: ସାରା ପୃଥିବୀର ପ୍ରକୃତି ଓ ଜୀବପ୍ରେମୀ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ପେଙ୍ଗୁଇନ୍‌ ଦିବସ’ ଭାବେ ପାଳନ କରନ୍ତି। ବିଶ୍ୱର ଅନ୍ୟତମ ଆକର୍ଷଣୀୟ ଓ ବିରଳ ପକ୍ଷୀ ହେଉଛି ପେଙ୍ଗୁଇନ୍। ଯୁଦ୍ଧାସ୍ତ୍ର ବ୍ୟବହାର ଓ ମାନବକୃତ ବିଭିନ୍ନ ରାସାୟନିକ କାର୍ଯ୍ୟକଳାପର କୁପ୍ରଭାବ ସମୁଦ୍ର ଓ ଜଳବାୟୁ ଉପରେ ପଡୁଛି। ଫଳରେ ଆଟ୍‌ଲାଣ୍ଟିକର ଗ୍ଲେସିୟର ତରଳିବାରେ ଲାଗିଛି। ଏହାର କୁପ୍ରଭାବରେ ସମୁଦ୍ରିକ ପରିବେଶ ବିଗିଡ଼ିବାରେ ଲାଗିଛି। ତେଣୁ ବିଲୁପ୍ତପ୍ରାୟ ହୋଇ ଯାଇଥିବା ପେଙ୍ଗୁଇନ୍‌ମାନଙ୍କ ଅସ୍ଥିତ୍ୱ ଉପରେ ବିପଦ ସୃଷ୍ଟି ହୋଇଛି। ପେଙ୍ଗୁଇନ୍‌ ମୁଖ୍ୟତଃ ଦକ୍ଷିଣ ଗୋଲାର୍ଦ୍ଧରେ ବାସ କରନ୍ତି। ୧୭ରୁ ୧୯ ପ୍ରଜାତିର ପେଙ୍ଗୁଇନ୍‌ ଦେଖା ଯାଆନ୍ତି। କ୍ଷୁଦ୍ର ନୀଳ ପେଙ୍ଗୁଇନ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଦେଖିବାକୁ ମିଳୁଥିବା ବେଳେ ଗ୍ରେଟ୍‌ ଏମ୍ପରର ପେଙ୍ଗୁଇନ୍ ଓ କିଙ୍ଗ୍‌ ପେଙ୍ଗୁଇନ୍‌ ଆଣ୍ଟାର୍ଟିକା ସମେତ ଅନେକ ଉପ-ଆଣ୍ଟାର୍ଟିକା ଦ୍ୱୀପପୁଞ୍ଜରେ ଦେଖିବାକୁ ମିଳନ୍ତି। ଏହି ଅଞ୍ଚଳରେ ମହାସାଗର ଓ ତା’କୂଳରେ ସେମାନେ ସାଧାରଣତଃ ବସବାସ କରନ୍ତି। ଅନ୍ୟ କିଛି ଦ୍ୱୀପପୁଞ୍ଜ ଓ ମାଳଅଞ୍ଚଳରେ ମଧ୍ୟ ପେଙ୍ଗୁଇନ୍‌ ବାସ କରନ୍ତି, ଯେଉଁଠାରେ କୋକିଶିଆଳ ଓ କୁକୁର ଭଳି ଭୂପୃଷ୍ଠର ଶିକାରୀ ପେଙ୍ଗୁଇନ୍‌ର ଉଡ଼ିବାରେ ଅକ୍ଷମତାର ସୁଯୋଗ ନେଇ ତା’ ଜୀବନପ୍ରତି ବିପଦ ସାଜିଥାଆନ୍ତି। ଆଫ୍ରିକୀୟ ପେଙ୍ଗୁଇନ୍‌ ଏହି କାରଣରୁ ଏବେ ବିଲୁପ୍ତ। ବର୍ତ୍ତମାନ ଗାଲାପାଗୋସ୍‌ ପେଙ୍ଗୁଇନ୍‌ ହେଉଛି ବିଷୁବରେଖାର ଉତ୍ତରରେ ଦେଖିବାକୁ ମିଳୁଥିବା ଏକମାତ୍ର ପ୍ରଜାତିର ପେଙ୍ଗୁଇନ୍‌। ତେବେ ପେଙ୍ଗୁଇନ ପାଇଁ ସମୁଦ୍ର ହେଉଛି ସବୁଠୁ ଅନୁକୂଳ ସ୍ଥାନ। କେତେକ ପେଙ୍ଗୁଇନ୍‌ ପ୍ରଜାତି ସମୁଦ୍ର ଭିତରେ ଏକମାସ ବିତାଇ ପାରନ୍ତି।
ସଂପର୍କ ବାବଦରେ ପେଙ୍ଗୁଇନ୍‌ ନିଆରା। ପେଙ୍ଗୁଇନ୍‌ ସାଧାରଣତଃ ବର୍ଷକୁ ନିଜପାଇଁ ଗୋଟିଏ ସାଥୀ ନିଜପାଇଁ ଚୟନକରେ ଓ ତା’ ସହିତ ସମ୍ପର୍କ ରଖେ। ମେ’ କିମ୍ବା ଜୁନ୍ ମାସରେ ମାଈ ପେଙ୍ଗୁଇନ୍‌ ଗୋଟିଏ ଅଣ୍ଡା ଦିଏ। ଅଣ୍ଡା ଦେଇସାରି ମାଈ ପେଙ୍ଗୁଇନ୍‌ ଅଣ୍ଡାକୁ ପୁରୁଷ ପେଙ୍ଗୁଇନ୍‌କୁ ହସ୍ତାନ୍ତର କରି‌ଦିଏ ଏବଂ ଖାଦ୍ୟ ଖୋଜି ସମୁଦ୍ର ଭିତରକୁ ଚାଲିଯାଏ। ପୁରୁଷ ପେଙ୍ଗୁଇନ୍‌ ପ୍ରାୟ ୬୫ ଦିନ ପର୍ଯ୍ୟନ୍ତ ସେ ଅଣ୍ଡାକୁ ନିଜ ଦାୟିତ୍ବରେ ରଖେ। ତା’ରି ପାଖରେ ହିଁ ଅଣ୍ଡା ଫୁଟି ଶାବକ ଜନ୍ମନିଏ। ଉଲ୍ଲେଖନୀୟ ଯେ ପେଙ୍ଗୁଇନ୍‌କୁ ନେଇ ସାରା ବିଶ୍ବର ଲୋକଙ୍କର ବହୁ କୌତୂହଳ ରହିଛି। ସେଥିପାଇଁ ନନ୍ଦନକାନନ ଚିଡ଼ିଆଖାନାରେ ପେଙ୍ଗୁଇନ୍‌ ରଖିବାଲାଗି ପ୍ରାୟ ଦେଢ଼ବର୍ଷ ତଳେ ଆଲୋଚନା ହୋଇଥିଲା। କିନ୍ତୁ ସେ ଯୋଜନା ତା’ପରେ ଆଉ ଆଗେଇ ନାହିଁ।

Share Now:

Kalinga News Beuro

Next Post

ସୌନ୍ଦର୍ଯ୍ୟ ବୃଦ୍ଧି ନିଶା ନେଲା ଆଇଟି ପ୍ରଫେସନାଲଙ୍କ ଜୀବନ

Fri Apr 26 , 2024
ଚେନ୍ନାଇ: ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଓଜନ ହ୍ରାସ ପାଇଁ ଅସ୍ତ୍ରୋପଚାର କରିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଏସ୍ ହେମଚନ୍ଦ୍ରନ୍, ବୟସ ୨୬ବର୍ଷ ଥିବା ବେଳେ ସେ ପୁଡୁଚେରୀର ଏକ ଆଇଟି ପ୍ରଫେସନାଲ ଥିବା ଜଣାପଡ଼ିଛି। ଏହି ଆନାସ୍ଥେସିଆ ଦିଆଯିବାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଅନେକ ଚେଷ୍ଟା ପରେ ବି ଶେଷରେ ହେମଚନ୍ଦ୍ରନଙ୍କ ମୃତ୍ୟୁ ହୋଇଯାଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ […]
ସୌନ୍ଦର୍ଯ୍ୟ ବୃଦ୍ଧି ନିଶା ନେଲା ଆଇଟି ପ୍ରଫେସନାଲଙ୍କ ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial