ରିଲିଜ୍ ହେଲା ହରିହରଙ୍କ ଫିଲ୍ମ ‘ଭଗିଆ ଭାରିଜା’ର ପୋଷ୍ଟର

ଭୁବନେଶ୍ୱର: ରିଲିଜ୍ ହେଲା ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭଗିଆ ଭାରିଜା’ର ପୋଷ୍ଟର। ଫିଲ୍ମର କାହାଣୀ ଭିନ୍ନ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ପୂର୍ବ ଫିଲ୍ମ ‘ଧୋରେ ବାବୁ ଧୋ’ରେ ସରୋଗେସି ବିଷୟବସ୍ତୁକୁ ନେଇ ହରିହର ଫିଲ୍ମ କରିଥିବା ବେଳେ ‘ଭଗିଆ ଭାରିଜା’ରେ ମହିଳା ବା ଗୃହିଣୀମାନଙ୍କର ରିଲ୍ସ ଭିଡିଓରେ ଅତ୍ୟଧିକ ସଂପୃକ୍ତି ସମାଜରେ କ’ଣ ପ୍ରଭାବ ପକାଉଛି? ତାହା ଦେଖିବାକୁ ପାଇବେ ଦର୍ଶକ। ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ କିଛି ଦିନ ପରେ ଟ୍ରେଲର ରିଲିଜ୍ ହେବ ବୋଲି ଜଣାପଡ଼ିଛି।
ଏଥିରେ ହରିଙ୍କ ସହ ଆଲ୍‌ବମ୍‌ କୁଇନ୍‌ ଦେବଯାନୀ, ବବି ମିଶ୍ର ଓ ପୁପିନ୍ଦର ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ହରିବୋଲ୍‌ ‌ମିଡିଆ ଆଣ୍ଡ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବ୍ୟାନର୍‌ରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ ହରି ଲେଖିଥିବା ବେଳେ ଏହାର ପ୍ରଯୋଜନା କରୁଛନ୍ତି ଭୀଷ୍ମ ରଥ ଓ ନିଜେ ହରି। ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଛନ୍ତି।

Share Now:

Kalinga News Beuro

Next Post

ବଡ଼ ଭଉଣୀଙ୍କୁ ହରାଇଲେ କେନ୍ଦ୍ର ଗୃହମନ୍ତ୍ରୀ : ସମସ୍ତ କାର୍ଯ୍ୟକ୍ରମ ବାତିଲ

Mon Jan 15 , 2024
ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ବଡ଼ଭଉଣୀ ରାଜେଶ୍ୱରୀ ବେନ ଶାହାଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ ସଙ୍ଗେସଙ୍ଗେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଗସ୍ତକୁ ବାତିଲ କରି ଭଉଣୀ ପାଖକୁ ଦୌଡ଼ି ଆସିଛନ୍ତି। ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ୬୦ବର୍ଷୀୟ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial