ବଡ଼ ଭଉଣୀଙ୍କୁ ହରାଇଲେ କେନ୍ଦ୍ର ଗୃହମନ୍ତ୍ରୀ : ସମସ୍ତ କାର୍ଯ୍ୟକ୍ରମ ବାତିଲ

ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ବଡ଼ଭଉଣୀ ରାଜେଶ୍ୱରୀ ବେନ ଶାହାଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ ସଙ୍ଗେସଙ୍ଗେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଗସ୍ତକୁ ବାତିଲ କରି ଭଉଣୀ ପାଖକୁ ଦୌଡ଼ି ଆସିଛନ୍ତି। ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ୬୦ବର୍ଷୀୟ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। କିଛିମାସ ତଳେ ସେ ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସହିତ ଡାକ୍ତରମାନେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ନୀରିକ୍ଷଣରେ ରଖିଥିଲେ।
ରାଜେଶ୍ୱରୀଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଅନେକ ଚେଷ୍ଟା କରିଥି‌ଲେ ହେଁ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତଦେହକୁ ହସ୍ପିଟାଲରୁ ରାଜେଶ୍ୱରୀଙ୍କ ଘରୁକୁ ଅଣାଯାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଭଲତେଜ ଶ୍ମଶାନଘାଟରେ ଅମିତ ଶାହାଙ୍କ ଭଉଣୀଙ୍କ ଅନ୍ତିମ ସଂସ୍କାର କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଶାହା ବିଜେପି କର୍ମକର୍ତ୍ତାଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଳନ ପାଇଁ ଗତ ରବିବାର ଅହମ୍ମଦାବାଦରେ ଥିଲେ। ସୋମବାର ସେ ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହୋଇଥାଆନ୍ତେ। କିନ୍ତୁ ବଡ଼ଭଉଣୀ ମୃତ୍ୟୁଖବର ପାଇ କେନ୍ଦ୍ରମନ୍ତ୍ରୀ ତାଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି।

Share Now:

Kalinga News Beuro

Next Post

ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କ ଦର୍ଶନ କଲେ କଂଗ୍ରେସ ନେତା

Mon Jan 15 , 2024
ଅଯୋଧ୍ୟା : ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ନବନିର୍ମିତ ରାମମନ୍ଦିରରେ ବିଗ୍ରହ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ନ ଦେବାକୁ କଂଗ୍ରେସର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଦଳ ହିନ୍ଦୁ ଭୋଟ ହରାଇବାର ଆଶଙ୍କା କରୁଛି। ଏହାକୁ ଦୃଷ୍ଟିରେ ରଖି ଦଳର କେତେକ ନେତା ଅଯୋଧ୍ୟାରେ ପହଞ୍ଚି ରାମଲଲ୍ଲାଙ୍କ ଦର୍ଶନ କରିଛନ୍ତି। ମକର ସଂକ୍ରାନ୍ତି ଅବସରରେ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟର ନେତାମାନେ ଅଯୋଧ୍ୟାର ରାମଲଲ୍ଲାଙ୍କ ଦ୍ୱାରରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial