କର୍ଣ୍ଣାଟକରେ ମଣିଷଖିଆ ବାଘ ଆତଙ୍କ: ଗୋଟିଏ ପରିବାରର ୨ ସଦସ୍ୟଙ୍କୁ ମାରିଦେଲା

କର୍ଣ୍ଣାଟକରେ ମଣିଷଖିଆ ବାଘ ଆତଙ୍କ

ବେଙ୍ଗାଲୁରୁ : କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ମଣିଷଖିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ଆକ୍ରମଣରେ ଗୋଟିଏ ଦିନରେ ଗୋଟିଏ ପରିବାରର ୨ ସଦସ୍ୟ ମୃତ୍ୟୁବରଣ କରିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଏହା ସହିତ ଲୋକମାନେ ପ୍ରଶାସନ ବିରୋଧରେ ଅସନ୍ତୋଷ ଜାହିର କରି ରାସ୍ତାକୁ ଓହ୍ଲାଇଛନ୍ତି।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳେ କୋଡାଗୁ ଜିଲ୍ଲାର ପଲ୍ଲେରିଠାରେ ରାଜୁ ନାମକ ୭୫ ବର୍ଷୀୟ ବ୍ୟକ୍ତି ବାଘ ଆକ୍ରମଣରେ ନିହତ ହୋଇଛନ୍ତି। ସେ ସକାଳୁ ନିଜ ଘରୁ ବାହାରି ଜମିକୁ ଯାଉଥିବାବେଳେ ବାଘ ଆକ୍ରମଣ କରିଥିଲା। ଏହାର ପୂର୍ବଦିନ ଅର୍ଥାତ ରବିବାର ଦିନ ରାଜୁଙ୍କ ନାତି ଚେତ୍ତନ (୧୮ ବର୍ଷ) ମଧ୍ୟ ବାଘ ଆକ୍ରମଣରେ ମୃତବରଣ କରିଥିଲେ। କେବଳ ଏତିକି ନୁହେଁ, ରାଜୁଙ୍କ ପୁଅ ଅର୍ଥାତ ଚେତ୍ତନଙ୍କ ପିତା ମଧ୍ୟ ବାଘ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗତ ରବିବାରଦିନ ଚେତ୍ତନଙ୍କୁ ବାଘ ଆକ୍ରମଣ କରୁଥିବାବେଳେ ସେ ତାହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ବାରମ୍ବାର ବାଘ ଆକ୍ରମଣ ଫଳରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଲୋକମାନେ ଏହାକୁ ରୋକିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ପୁଲଓ୍ବାମା ଆକ୍ରମଣକୁ ୪ ବର୍ଷ : ଆଜି ଦେଶ ପାଳୁଛି କଳା ଦିବସ

Tue Feb 14 , 2023
ଶ୍ରୀନଗର : ଆଜି ଦେଶ ପାଳୁଛି କଳା ଦିବସ। ୨୦୧୯ , ଫେବୃଆରୀ ୧୪ରେ ହୋଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୪ ବର୍ଷ ପୂରଣ ହୋଇଛି। ଏହି ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆରପିଏଫ କର୍ମୀ ସହିଦ ହୋଇଥିଲେ। ଏହାର ଜବାବରେ ଭାରତୀୟ ବାୟୁସେନା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ କରିଥିଲା। ଇତି ମଧ୍ୟରେ ଏହି ଘଟଣାକୁ ୪ ବର୍ଷ ବିତିଯାଇଥିଲେ ବି ଏହି ଆକ୍ରମଣରେ ସଂପୃକ୍ତ ୪ ଆତଙ୍କବାଦୀ ଏବେ […]
ପୁଲଓ୍ବାମା ଆକ୍ରମଣକୁ ୪ ବର୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial