ତାପଙ୍ଗକୁ ବି ଚକମା ଦେଇଦେବ ନୀଳଗିରିର ବ୍ଳୟୁ ଲେକ

ତାପଙ୍ଗକୁ ବି ଚକମା ଦେଇଦେବ ଓଡ଼ିଶାର ଏହି ସ୍ଥାନ

ନୀଳଗିରି: ଜନସ୍ୱାର୍ଥକୁ ଆଖିଆଗରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜିଗଡ଼ ତାପଙ୍ଗଙ୍କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଥିଲା। ତେବେ ଏହାରି ଭିତରେ ଠିକ ତାପଙ୍ଗ ଭଳି ଦିଶୁଥିବା ଆଉ ଏକ ସ୍ଥାନ ଏବେ ସାମ୍ନାକୁ ଆସିଛି। ବାଲେଶ୍ଵରଠାରୁ ୨୦ କିଲୋମିଟର ଦୂରରେ ନୀଳଗିରିର ମିତ୍ରପୁରରେ ରହିଛି ଏହି ସ୍ଥାନ। ତାପଙ୍ଗ ଠାରୁ ପୁରୁଣା ଏହି ଜଳାଶୟ ବ୍ଳୟୁ ଲେକ ଭାବେ ବେଶ ପରିଚିତ ଥିବାବେଳେ ଏଠାରେ ମଧ୍ୟ ଦିନେ ପଥର ଖାଦାନ ଥିଲା। କିନ୍ତୁ ପାଖାପାଖି ୧୦ ବର୍ଷ ତଳେ ଏଠାରୁ ପଥର ଖୋଳି ନିଆଯିବା ପରେ ବର୍ଷା ପାଣି ଜମି ଏଭଳି ଏକ କୁତ୍ରିମ ହ୍ରଦ ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୨ରୁ ୩ ବର୍ଷ ହେଲା ଏଠାରେ କିଛି ଆଲବମ ସୁଟିଂ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା ଓ ଯୁବପିଢ଼ି ସେଲଫି ନେବା ପାଇଁ ବ୍ଳୟୁ ଲେକକୁ ଧାଇଁଆସୁଛନ୍ତି। ୫ରୁ ୬ ଏକରରେ ପରିମିତ ଏହି ଅଞ୍ଚଳ ଏବେ ଉତ୍ତର ଓଡିଶାର ଲୋକଙ୍କ ପାଇଁ ସେଲଫି ପଏଣ୍ଟ ଭାବେ ଖ୍ୟାତ ହୋଇଛି। ସୂଚନା ଥାଉ କି କିଛି ଦିନ ପୂର୍ବେ ଖୋର୍ଦ୍ଧାର ନୂଆ ସେଲଫି ପଏଣ୍ଟ ପାଲଟିଥିବା ତାପଙ୍ଗ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିଲା। ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିଲା। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ଅଧିକାଶଂ ଯୁବପୀଢି ଏହାର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲେ। ଲୋକଙ୍କ ଭିଡକୁ ଦେଖି ବିପଦ ଆଶଙ୍କାରେ ଏହା ଉପରେ କଟକଣା ଜାରି କରାଯାଇଛି।

Share Now:

Kalinga News Beuro

Next Post

କରୋନା ସାଙ୍ଗକୁ ମହଙ୍ଗା ମାଡ଼ରେ ଲୋକେ ହନ୍ତସନ୍ତ : ଆକାଶଛୁଆଁ ଆଳୁ, ପିଆଜ, ତେଲ, ଡାଲି

Tue Oct 13 , 2020
ପଙ୍ଗୁ ପାଲଟିଛି ସରକାର ଭୁବନେଶ୍ବର: କରୋନା ପାଇଁ ବହୁ ସଂସ୍ଥା କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ବହୁ ଲୋକ ଏବେ ବେକାର ହୋଇ ଘରେ ବସିଛନ୍ତି। କେତେକଙ୍କର ଚାକିରି ଥିଲେ ବି ଦରମା ଅଧା ମିଳୁଛି। ବହୁ ଲୋକଙ୍କ ପାଖରେ ଚାକିରି ନାହିଁ କି ପକେଟ୍‌ରେ ଟଙ୍କା ନାହିଁ। ଠିକ୍‌ ଏହି ସମୟରେ ମହଙ୍ଗାମାଡ଼ ଲୋକଙ୍କୁ ତଳିତଳାନ୍ତ କରିଦେଲାଣି। ପେଟକୁ ଦାନା ଦେବାକୁ ବହୁ ଲୋକ ଦିନ ମଜୁରି ଖଟିଲେଣି। ତଥାପି […]
ମହଙ୍ଗା ମାଡ଼ରେ କଲବଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial