ଭାରତ ବନ୍ଦ ଦିନ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତ୍ରିପୁରା ସରକାର

ନୂଆଦିଲ୍ଲୀ: ବିରୋଧୀ ଦଳ ପ୍ରାୟୋଜିତ ଭାରତ ବନ୍ଦ ଦିନ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ ତ୍ରିପୁରା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦେଶରେ ଇନ୍ଧନ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ଜଣାଇବାକୁ ବନ୍ଦ ଡାକରା ଦିଆଯାଇଥିଲା। ଯେଉଁମାନେ ସେଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୦ ତାରିଖ ଦିନ ଡିୟୁଟିରେ ଯୋଗ ଦେଇ ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶୁକ୍ରବାର ସନ୍ଧ୍ୟାରେ ସାଧାରଣ ପ୍ରଶାସନ (ପ୍ରଶାସନିକ ସଂସ୍କାର) ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇଛି। ବନ୍ଦ ଡାକରା ଆଗରୁ ସାଧାରଣ ପ୍ରଶାସନ ଏକ ମେମୋ ଜାରି କରି ଦିନ ୧୨ ସୁଦ୍ଧା ସମସ୍ତ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନିର୍ଦେଶ ଦେଇଥିଲା। ଏ ସଂକ୍ରାନ୍ତରେ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମନ୍‌ ରବିବାର ଦିନ କହିଛନ୍ତି ଭାରତରେ କୌଣସି ସରକାର ବନ୍ଦକୁ ଆନୁଷ୍ଠାନିକ ଭାବେ ସମର୍ଥନ କରୁଥିବେ ବୋଲି ମୋର ମନେହୁଏନି। ସରକାରୀ ଆଦେଶ ପାଳୁ ନ ଥିବା ବ୍ୟକ୍ତିଙ୍କୁ କୈଫୟତ୍‌ ମଗାଯିବା ଉଚିତ। ତାହା ସତ୍ୟ ହୋଇଥିଲେ ଗ୍ରହଣ କରାଯିବ। କଂଗ୍ରେସ ପାର୍ଟି ନେତୃତ୍ୱରେ କେତେଗୁଡ଼ିଏ ବିରୋଧୀ ଦଳ ଦେଶରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ବୃଦ୍ଧି ବିରୋଧରେ ଗତ ସୋମବାର ଦିନ ଭାରତ ବନ୍ଦ ଡାକରା ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ବାଂଲାଦେଶର ବିଶାଳ ବିଜୟ

Sun Sep 16 , 2018
ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ ହେଲେ ମ୍ୟାଚ୍‌ର ହିରୋ ଦୁବାଇ: ଏସିଆ କପ୍‌ ଆରମ୍ଭରୁ ଶକ୍ତିଶାଳୀ ଶ୍ରୀଲଙ୍କାକୁ ଜବରଦସ୍ତ ଝଟକା ଦେଇଛି ଗତଥରର ରନର୍ସ ଅପ୍‌ ବାଂଲାଦେଶ। ଶ୍ରୀଲଙ୍କାକୁ ୧୩୭ ରନ୍‌ରେ ପରାସ୍ତ କରି ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି ଦଳ। ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ଙ୍କ ଜବରଦସ୍ତ ଶତକ ବଳରେ ଦଳ ୪୯.୩ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial