ସମୁଦ୍ରରେ ଖସିପଡ଼ିଲା ଆମେରିକା ସେନା ବିମାନ

ଟୋକିଓ: ୮ଜଣ ଆରୋହୀ ଥିବା ଆମେରିକା ସେନା ବାହିନୀର ଗୋଟାଏ ‘ଅସ୍‌ପ୍ରି’ ବିମାନ ଆଜି ଜାପାନର ୟାକୁଶିମା ଦ୍ବୀପ ନିକଟ ସମୁଦ୍ରରେ ଖସିପଡ଼ିଥିବା କଥା ଜାପାନର ତଟରକ୍ଷୀ କହିଛି। ଜାପାନ ତଟରକ୍ଷୀ ତରଫରୁ ଜଣେ ମୁଖପାତ୍ର କହିଛନ୍ତି ଯେ, ବିମାନରେ ଥିବା ଉକ୍ତ ବ୍ୟକ୍ତିମାନଙ୍କ ଅବସ୍ଥା ଏବଂ ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ମିଳିନାହିଁ। କାଜୁଓ ଓଗାୱା ନାମରେ ସେ ତଟରକ୍ଷୀ ମୁଖପାତ୍ର କହିଛନ୍ତି, ‘ଅସ୍‌ପ୍ରି’ ବୋଲି କୁହାଯାଉଥିବା ଏହି ‘ଟିଲ୍‌‌ଟ୍ରଟର୍‌’ ବିମାନ ଉଭୟ ହେଲିକପ୍ଟର୍‌ ଓ ‘ଟର୍ବୋପ୍ରପ୍‌’ ବିମାନ ଭାବେ କାର୍ଯ୍ୟ କରେ। ଦୁର୍ଘଟଣାସ୍ଥଳ ନିକଟରେ ଥିବା ଗୋଟାଏ ମାଛମରା ବୋଟ୍‌ରୁ ପ୍ରାପ୍ତ ଜରୁରୀକାଳୀନ ସୂଚନାରୁ ଏହି ବିମାନ ଦୁର୍ଘଟଣା ବିଷୟରେ ଜଣାପଡ଼ିଛି।
ଜାପାନୀ ସମ୍ବାଦ ପ୍ରସାରଣକାରୀ ‘ଏମ୍‌ବିସି’ ରିପୋର୍ଟ କରିଛି, ସ୍ଥାନୀୟ ସମୟ ଅପରାହ୍ଣ ୨.୪୭ରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମୁଦ୍ରରେ ପଡ଼ିବା ବେଳେ ବିମାନର ଡାହାଣ ପାର୍ଶ୍ବ ଇଞ୍ଜିନ୍‌ରୁ ନିଆଁ ବାହାରୁଥିବା କଥା ସ୍ଥାନୀୟ ଲୋକେ ଦେଖିଥିବା କହିଛ୍ତନ୍ତି। ଦୁର୍ଘଟଣାଗ୍ରସ୍ତ ‘ଅସ୍‌ପ୍ରି’ ବିମାନଟି ଯୁକ୍ତରାଷ୍ଟ୍ର ଆମେରିକାର କେଉଁ ଘାଟିର ତାହା ଜଣାପଡ଼ି ନ ଥିଲେ ବି ତାହା ଇୱାକୁନିରୁ ଓକିନାୱା ଅଭିମୁଖେ ଯାଉଥିଲା। କିନ୍ତୁ, ଜାପାନସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା ସେନାର ମୁଖପାତ୍ର ଏ ସଂକ୍ରାନ୍ତରେ ତୁରନ୍ତ କୌଣସି ବିବୃତି ଦେଇ ନାହାନ୍ତି।

Share Now:

Kalinga News Beuro

Next Post

ଶ୍ବାସକ୍ରିୟା ସଙ୍କ୍ରମଣ ବୃଦ୍ଧି : ୬ ରାଜ୍ୟ ପ୍ରତି ସତର୍କତା ଜାରି କଲେ କେନ୍ଦ୍ର ସରକାର

Wed Nov 29 , 2023
ନୂଆଦିଲ୍ଲୀ: ଚୀନ୍‌ରେ ପିଲାମାନଙ୍କ ଶ୍ବାସପ୍ରଶ୍ବାସକ୍ରିୟା ସଙ୍କ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଅନ୍ୟୁନ ୬ଟି ରାଜ୍ୟ ପ୍ରତି ଭାରତ ସରକାର ସତର୍କତା ଜାରି କରିବା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ରାଜ୍ୟଗୁଡ଼ିକ ହେଲେ, ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, ଉତ୍ତରାଖଣ୍ଡ, ହରିୟାଣା ଓ ତାମିଲନାଡୁ। ସେ ରାଜ୍ୟରେ ଶ୍ବାସପ୍ରଶ୍ବାସଜନିତ ସମସ୍ୟାରେ ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଡାକ୍ତରଖାନା ଓ ସ୍ବାସ୍ଥ୍ୟସେବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial