ଭାଙ୍ଗିଗଲା ସୂର୍ଯ୍ୟର ଏକ ଅଂଶ : ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଭାଙ୍ଗିଗଲା ସୂର୍ଯ୍ୟର ଏକ ଅଂଶ

ନ୍ୟୁୟର୍କ : ଅନେକ ସମୟରେ ମହାକାଶରେ ଏଭଳି ଘଟଣା ଦେଖିବାକୁ ମିଳେ ଯାହା ପୂର୍ବରୁ କେବେ ଦେଖାଯାଇନଥାଏ। ଏପରି ଅଭୁତପୂର୍ବ ଘଟଣା ବୈଜ୍ଞାନିକମାନଙ୍କୁ ବି ଚକିତ କରିଦିଏ। ଏପରି ଏକ ଅତି ବିରଳ ଘଟଣା ଘଟିଛି ସୂର୍ଯ୍ୟପୃଷ୍ଠରେ। ନିକଟରେ ସୂର୍ଯ୍ୟର ଉତ୍ତର ମେରୁର ଏକ ଜ୍ୱଳନ୍ତ ପ୍ଲାଜମା ଅଂଶ ବାହାରି ଯାଇ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା ଓ ପ୍ରାୟ ୮ ଘଣ୍ଟା ପରେ ଏହା ପୁଣି ସୂର୍ଯ୍ୟପୃଷ୍ଠରେ ମିଳେଇଯାଇଥିଲା।
ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ଯୋଗୁଁ ଏହି ମହାଜାଗତିକ ଦୃଶ୍ୟ ଦେଖିବା ସମ୍ଭବ ହୋଇପାରିଛି। କାଲିଫର୍ଣ୍ଣିଆ ଏରୋସ୍ପେସ କର୍ପୋରେସନର ଜଣେ ବୈଜ୍ଞାନିକ ତାମିତା ସ୍କୋଭ ସୋସିଆଲ ମିଡିଆରେ ନାସାର ଏକ ଛୋଟ ଭିଡିଓ ସେୟାର କରି ଏହି ରୋଚକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ନିଜ ଟୁଇଟରେ ସ୍କୋଭ ଲେଖିଛନ୍ତି, ପୋଲାର ଭର୍ଟେକ୍ସ ବିଷୟରେ କଥା ହୁଅନ୍ତୁ। ବର୍ତ୍ତମାନ ଆମ ନକ୍ଷତ୍ର ଉତ୍ତର ମେରୁ ନିକଟରେ ମୂଳ ପିଣ୍ଡଠାରୁ ଅଲଗା ହେଉଥିବା ଦେଖାଯାଇଛି ଏବଂ ଏକ ବିଶାଳ ମେରୁ ଭର୍ଟେକ୍ସ (ଘୂର୍ଣ୍ଣିଝଡ଼) ଆକାରରେ ଘୂରିବୁଲୁଛି। ସୂର୍ଯ୍ୟପୃଷ୍ଠରେ ଏପରି ଘଟଣା ନିୟମିତ ଭାବେ ଘଟୁଥିଲେ ବି ପ୍ରଥମ ଥର ପାଇଁ ଗୋଟିଏ ଅଂଶ ସଂପୂର୍ଣ୍ଣ ଅଲଗା ହୋଇ ଘୁରିବୁଲିବା ବୈଜ୍ଞାନିକମାନଙ୍କୁ ଆଚମ୍ବିତ କରିଛି।

Share Now:

Kalinga News Beuro

Next Post

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sat Feb 11 , 2023
ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାହାରିଛନ୍ତି। ସେ ସକାଳ ୯ଟା ୮ ମିନିଟ ସମୟରେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି। ବିନ୍ଦୁସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ତାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହରେ ଜଳାଭିଷେକ କରିଥିଲେ। […]
ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial