ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେବାକୁ ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଆଦେଶ ଦେଲେ ନେତାନ୍ୟାହୁ

ତେଲ୍‌ ଆଭିଭ୍‌: ସମଗ୍ର ବିଶ୍ୱରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଦେଶ ଦେଇଛନ୍ତି। ଗୋଟାଏ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ଦେବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଲେ, ଦୁନିଆର ଯେକୌଣସି ସ୍ଥାନରେ ଥିବା ହମାସ୍‌ ମୁଖ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଁ ‘ମାସୋଦ୍‌’କୁ ଆଦେଶ ଦେଇଛି। ସୂଚନାଯୋଗ୍ୟ, ହମାସ୍‌ର ମୁଖ୍ୟମାନେ ପ୍ରଧାନତଃ କତରର ଉପସାଗରୀୟ ରାଷ୍ଟ୍ର ଓ ଲେବାନନ୍‌ର ରାଜଧାନୀ ବିରୁଟ୍‌ରେ ନିର୍ବାସିତ ଭାବେ ରହୁଛନ୍ତି। ବିଗତ ବର୍ଷମାନଙ୍କରେ ‘ମୋସାଦ୍’ ବିଦେଶରେ ଥିବା ପାଲେଷ୍ଟିନୀୟ ଉଗ୍ରବାଦୀ ଓ ଇରାନୀୟ ଆଣବିକ ବିଜ୍ଞାନୀମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇ ଆସୁଛି। ଅସ୍ତ୍ରବିରତି ଚୁକ୍ତି ୪ ଦିନରୁ ଆଉ କିଛି ଦିନ ଅଧିକ ସମୟ ବୃଦ୍ଧି କରାଯିବ କି, ଏବଂ ତାହା ହମାସ୍‌ ମୁଖ୍ୟଙ୍କ ପ୍ରତି ଲାଗୁ ହେବ କି ବୋଲି ସମ୍ବାଦିକମାନେ ପଚାରିବାରୁ ନେତାନ୍ୟାହୁ କହିଲେ ସେଭଳି ବାଧ୍ୟବାଧ୍ୟକତା ନାହିଁ।
ସେହିପରି, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ୍‌ ଗୁରୁତ୍ବାରୋପ କରି କହିଛନ୍ତି, ହମାସ ନେତାମାନେ ହେଉଛନ୍ତି ଚଳପ୍ରଚଳ ହେଉଥିବା ମୃତ ବ୍ୟକ୍ତି। ସେମାନେ ସେମାନଙ୍କ ଆୟୁଷ ଅପେକ୍ଷା ଅଧିକ ଦିନ ବଞ୍ଚିଛନ୍ତି। ଏ ସଂଗ୍ରାମ ବିଶ୍ୱବ୍ୟାପକ-ଯୁଦ୍ଧକ୍ଷେତ୍ରରେ ବନ୍ଧୁକଧାରୀଙ୍କଠାରୁ ଆରମ୍ଭ କରି ସୌଖିନ ବିମାନରେ ଉଡ଼ିବୁଲୁଥିବା ସମସ୍ତ ହମାସ୍‌ଙ୍କ ଭାଗ୍ୟରେ ମୃତ୍ୟୁ ଯୋଗ ଅଛି। ଏହାଛଡ଼ା, ନେତାନ୍ୟାହୁ କହିଛନ୍ତି, ଅସ୍ତ୍ରବିରତି ପରେ ପୁଣି ଯୁଦ୍ଧ ଚାଲିବ। ଆମର ଲକ୍ଷ୍ୟ ହାସଲ ହେବାଯାଏ ଯୁଦ୍ଧ ଜାରି ରଖିବୁ।

Share Now:

Kalinga News Beuro

Next Post

ଚୀନ୍‌ରେ ଶ୍ୱାସକ୍ରିୟା ଜନିତ ରୋଗ ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ

Fri Nov 24 , 2023
ନୂଆଦିଲ୍ଲୀ: ଉତ୍ତର ଚୀନ୍‌ରେ ଏଚ୍‌୯ଏନ୍‌୨ (ଏଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ) ସଂକ୍ରମଣ ଓ ଶ୍ୱାସକ୍ରିୟା ଜନିତ ରୋଗର କ୍ଲଷ୍ଟର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଚୀନ୍‌ରୁ ଚିହ୍ନଟ ହୋଇଥିବା ଉଭୟ ଏଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ମାମଲା ଏବଂ ଶ୍ୱାସକ୍ରିୟା ଜନିତ ରୋଗର କ୍ଲଷ୍ଟରରୁ ଭାରତ ପ୍ରତି କମ୍‌ ବିପଦ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସାମ୍ପ୍ରତିକ ପରିସ୍ଥିତିରୁ ଯେକୌଣସି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial