ଇରାକ୍‌ସ୍ଥିତ ଦୁଇ ଆମେରିକୀୟ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ୍‌: ପେଣ୍ଟାଗନ୍‌

ତେହେରାନ୍‌: ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ସ୍ଥିତ ଦୁଇଟି ଆମେରିକୀୟ ଏୟାର୍‌ବେସ୍‌ରେ ବୁଧବାର ଦିନ ଇରାନ୍‌ କେତେଗୁଡ଼ିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ପେଣ୍ଟାଗନ୍‌ କହିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରି ହେଉଥିବା ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରୟୋଗ କରି ଇରାନ୍‌, ପ୍ରତିଆକ୍ରମଣ ନ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସେ ଅଞ୍ଚଳରେ ଥିବା ତା’ର ମିତ୍ରରାଷ୍ଟ୍ରମାନଙ୍କୁ ଚେତାଇ ଦେଇଛି। ଶୀର୍ଷସ୍ତରୀୟ ଇରାନୀୟ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ହତ୍ୟା ଯୋଗୁଁ ପ୍ରତିଶୋଧପରାୟଣ ହୋଇ ଇରାନ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଇରାନ୍‌ର ରାଷ୍ଟ୍ରାୟାତ ଟେଲିଭିଜନ୍‌ କହିଛି। କ୍ଷେପଣାସ୍ତ୍ର ମାଡ଼ ହୋଇଥିବା କଥା ସତ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳି ପାରିନାହିଁ। କିନ୍ତୁ, ପ୍ରାଥମିକ ଭାବେ ଇରାନ୍‌ କହିଥିଲା କି, ମାତ୍ର ଗୋଟିଏ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି।
ମଙ୍ଗଳବାର ଦିନ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ଅନ୍ତିମ ସଂସ୍କାର କେର୍‌ମାନ୍‌ ଠାରେ ସମାପନ ହେବା ବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ଇରାନ୍‌ କହିଛି। ଇରାକ୍‌ର ପଶ୍ଚିମରେ ଥିବା ଅନବର ପ୍ରଦେଶର ‘ଆଇନ ଅସାଦ’ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା କଥା ଇରାନ୍‌ର ବିପ୍ଳବୀ ସଂଗଠନ ‘ରିଭୋଲ୍ୟୁସନାରି ଗାର୍ଡ’ କହିଛି। ଇରାନ୍‌ର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘ଆଇଆର୍‌ଏନ୍‌ଏ’ ମାଧ୍ୟମରେ ‘ଗାର୍ଡ’ କହିଛି, ଆମେ ଆମେରିକାର ସମସ୍ତ ମିତ୍ରରାଷ୍ଟ୍ରମାନଙ୍କୁ ଚେତାବନୀ ଦେଉଛୁ- ଯେଉଁମାନଙ୍କ ଏୟାର୍‌ବେସ୍‌ରୁ ଇରାନ୍‌ ଉପରେ ଆକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହେବ, ଆମେ ସେଠାରେ ଆକ୍ରମଣ କରିବୁ। ଇସ୍ରାଏଲ୍‌କୁ ମଧ୍ୟ ଚେତାବନୀ ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ଭାରତ ବନ୍ଦ ପ୍ରଭାବ : ଭଦ୍ରକରେ ଅଟକିଲା ଟ୍ରେନ, ରାୟଗଡାରେ ଟାୟାର ଜାଳି ରାସ୍ତାରୋକ

Wed Jan 8 , 2020
ଗୁଣପୁର/ଭଦ୍ରକ/ଭୁବନେଶ୍ୱର: ଓଡ଼ିଶାରେ ଅନୁଭୂତ ହୋଇଛି ଭାରତ ବନ୍ଦର ପ୍ରଭାବ | ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ପକ୍ଷରୁ ସକାଳୁ ରେଳରୋକ ଓ ରାସ୍ତାରୋକ କରାଯାଇଛି। ରାଜ୍ୟର ପ୍ରମୁଖ ସହରରେ ବନ୍ଦ ସମର୍ଥକ ରାସ୍ତା ଉପରକୁ ଓହ୍ଲାଇ ପିକେଟିଂ କରୁଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକଗୁଡ଼ିକରେ ଆନ୍ଦୋଳନକାରୀ ଗାଡ଼ିମଟର ଚଳାଚଳ ବନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି। ଭୁବନେଶ୍ୱର ଓ କଟକରେ ରେଳରୋକ କରାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial