ରୁଷ ବିଦ୍ରୋହ ପଛରେ ଆମେରିକା : ପ୍ରିଗୋଜିନ୍ ଓ ସିଆଇଏ ମଧ୍ୟରେ ପୂର୍ବରୁ ହୋଇଥିଲା କି ଚୁକ୍ତି.?

ରୁଷ ବିଦ୍ରୋହ ପଛରେ ଆମେରିକା

ନ୍ୟୁୟର୍କ : ରୁଷର ଘରୋଇ ସେନାର ମୁଖ୍ୟ ୱାଗନର ତାଙ୍କ ସୈନ୍ୟମାନଙ୍କୁ ଫେରିବାକୁ ନିର୍ଦ୍ଦେଶ ଦେବା ପରେ ରୁଷିଆରେ ସଙ୍କଟ ଶେଷ ହୋଇଛି। ସେପଟେ ଏହି ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସରେ ଶନିବାର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ବିଦ୍ରୋହ ସଂପର୍କରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ପୂର୍ବରୁ ହିଁ ଜାଣିଥିଲା। ସିଆଇଏ ପାଖରେ ସୂଚନା ଥିଲା ଯେ ୱାଗନର ମୁଖ୍ୟ ଏଭଗେନି ପ୍ରିଗୋଜିନ୍ ତାଙ୍କ ସୈନ୍ୟଙ୍କ ସହ ରୁଷ୍ ସରକାରଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି।
ନାମ ଗୋପନ ରଖିବା ସର୍ତ୍ତରେ ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଏବଂ ସାମରିକ କମାଣ୍ଡରମାନଙ୍କୁ ବୁଧବାର ୱାଗନରଙ୍କ ପ୍ରସ୍ତୁତି ବିଷୟରେ ଅବଗତ କରାଯାଇଥିଲା। ଏହି ବିଦ୍ରୋହକୁ ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ କେତେକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଯେ ଏହି ବିଦ୍ରୋହକୁ ନେଇ ୟେଭେନି ପ୍ରେଗୋଜିନ ଏବଂ ଆମେରିକା ମଧ୍ୟରେ ଏକ ଗୁପ୍ତ ଡିଲ୍ ହୋଇଥିଲା। ଏକଦା ପୁଟିନଙ୍କ ସବୁଠାରୁ ବିଶ୍ୱସ୍ତ ଲେଫ୍ଟନାଣ୍ଟ ପ୍ରିଗୋଜିନ୍ ହଠାତ୍ ବିଦ୍ରୋହ କରିନଥିଲେ, କିନ୍ତୁ ଏହା ପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ତେବେ ରୁଷିଆରେ ଯାହା ଘଟିଛି ତାହା ପଛରେ ଆମେରିକାର ହାତ ଥିବା ମଧ୍ୟ କୁହାଯାଉଛି। କୁହାଯାଉଛି ଯେ ପ୍ରେଗୋଜିନଙ୍କ ଏହି ପଦକ୍ଷେପ ପରେ ତାଙ୍କୁ ଆମେରିକା ତରଫରୁ ବଡ଼ ଆଶ୍ୱସ୍ତି ମିଳିଥିଲା।

Share Now:

Kalinga News Beuro

Next Post

ଅସରାଏ ବର୍ଷାରେ କେନାଲ ବନ୍ଧ ରାସ୍ତା ବେହାଲ

Sun Jun 25 , 2023
ରାସ୍ତାରେ ଧାନ ବିହନ ବୁଣି ଗାଁ ଲୋକଙ୍କ ଅଭିନବ ପ୍ରତିବାଦ ବାଲିକୁଦା: ଅସରାଏ ବର୍ଷାରେ ବାଲିକୁଦା ବ୍ଲକ୍‌ କଟକ-ମାଛଗାଁ କେନାଲ ବନ୍ଧ ୧୫ ନମ୍ବର ରାସ୍ତା ବେହାଲ। ରାସ୍ତାରେ ଆଣ୍ଠୁଏ ଖାଲ ସୃଷ୍ଟିହୋଇ ସେଥିରେ ପାଣି, କାଦୁଅ ଭର୍ତ୍ତି ହୋଇଯାଇଛି। ବାଇକ୍‌ କିମ୍ବା ସାଇକଲ ଚଳାଇ ଯାଇ ହେଉନାହିଁ। ଏପରିକି ପାଦରେ ଚାଲି ଯିବା ମଧ୍ୟ ସମ୍ଭବପର ହେଉନି। ଏହାର ପ୍ରତିବାଦରେ ଭରିଓଦ ଗାଁ ଲୋକେ ରାସ୍ତାରେ ଧାନ ବିହନ […]
ଅସରାଏ ବର୍ଷାରେ କେନାଲ ବନ୍ଧ ରାସ୍ତା ବେହାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial