ଅସରାଏ ବର୍ଷାରେ କେନାଲ ବନ୍ଧ ରାସ୍ତା ବେହାଲ

ଅସରାଏ ବର୍ଷାରେ କେନାଲ ବନ୍ଧ ରାସ୍ତା ବେହାଲ

ରାସ୍ତାରେ ଧାନ ବିହନ ବୁଣି ଗାଁ ଲୋକଙ୍କ ଅଭିନବ ପ୍ରତିବାଦ

ବାଲିକୁଦା: ଅସରାଏ ବର୍ଷାରେ ବାଲିକୁଦା ବ୍ଲକ୍‌ କଟକ-ମାଛଗାଁ କେନାଲ ବନ୍ଧ ୧୫ ନମ୍ବର ରାସ୍ତା ବେହାଲ। ରାସ୍ତାରେ ଆଣ୍ଠୁଏ ଖାଲ ସୃଷ୍ଟିହୋଇ ସେଥିରେ ପାଣି, କାଦୁଅ ଭର୍ତ୍ତି ହୋଇଯାଇଛି। ବାଇକ୍‌ କିମ୍ବା ସାଇକଲ ଚଳାଇ ଯାଇ ହେଉନାହିଁ। ଏପରିକି ପାଦରେ ଚାଲି ଯିବା ମଧ୍ୟ ସମ୍ଭବପର ହେଉନି। ଏହାର ପ୍ରତିବାଦରେ ଭରିଓଦ ଗାଁ ଲୋକେ ରାସ୍ତାରେ ଧାନ ବିହନ ବୁଣି ଅଭିନବ ପ୍ରତିବାଦ ଜଣାଇଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ ବହୁ ଦାବି ପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ରାସ୍ତାର ମରାମତି ପାଇଁ ଏକ ମାସ ତଳେ କାର୍ଯ୍ୟାଦେଶ ଦିଆଯାଇଥିଲା।
ମାତ୍ର ସଂପୃକ୍ତ ଠିକାଦାର ମେଣ୍ଟାଲ, ମୋହରମ ପକାଇବା ପରିବର୍ତ୍ତେ ଅଧିକ ଅର୍ଥ ଲାଭ ଆଶାରେ ଗାତରେ ମାଟି ଭର୍ତ୍ତି କରି ଦେଇଥିଲେ। ଯାହାଫଳରେ ବର୍ଷାରେ ଏହା ଧୋଇ ହୋଇଯାଇଛି। ଏହି ରାସ୍ତାରେ ୫ଟି ପଞ୍ଚାୟତର ଲୋକେ ଯାତାୟାତ କରିଛନ୍ତି। ଭାରିଓଦା ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ଗୁରୁତ୍ୱପୂର୍ଣ୍ଣ ଅଟେ। ବର୍ଷା ଋତୁ ଆରମ୍ଭରେ ରାସ୍ତାର ସ୍ଥିତି ଏଭଳି ହୋଇଛି। ଆଗକୁ କେନାଲରେ ପାଣି ଆସିଲେ ରାସ୍ତାରୁ ଅତଡ଼ା ଖସି କେନାଲରେ ଧସେଇ ପଶିବା ଆଶଙ୍କା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି ଗାଁ ଲୋକେ ରାସ୍ତାରେ ଧାନ ବିହନ ବୁଣି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। କେନାଲରେ ପାଣି ଆସିବା ପୂର୍ବରୁ ରାସ୍ତା ମରାମତି କରିବାକୁ ବାଲିକୁଦା ସରପଞ୍ଚ ରାଜକିଶୋର ସାହୁ,ବିଭୂତି ଭୂଷଣ ବାରିକ,ନୀଳେଶ ନାୟକ, ଦିଲ୍ଲୀପ ନାୟକ, ସୁଦର୍ଶନ ସ୍ୱାଇଁ, ବିକାଶ ଗଛାୟତ, ମିଲୁ ଭୋଇ, ମଙ୍ଗୁଳି ଭୋଇ, କାର୍ତ୍ତିକ ଗଛାୟତ, ସୁମନ ମଲ୍ଲିକ, ଜନ୍ମଜେୟ ମଲ୍ଲିକଙ୍କ ସମେତ ଭରିଓଦ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଏହି ରାସ୍ତାର ମରାମତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।

Share Now:

Kalinga News Beuro

Next Post

ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ

Sun Jun 25 , 2023
ପଦାରେ ପଡ଼ିଲା ପ୍ରଶାସନର ମିଛ, ତଦନ୍ତ କଲା ଏନ୍‌ଜିଟି ଟିମ୍‌ ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା‌ ନଷ୍ଟ କରାଯାଇ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ତଦନ୍ତ ଆରମ୍ଭ ହୋଇଛି। ଜଙ୍ଗଲ (ସଂରକ୍ଷଣ) ଆଇନ-୧୯୮୦କୁ ଉଲ୍ଲଂଘନ କରାଯାଇ ନିର୍ମାଣ କରାଯାଇଥିବାରୁ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ଗଠିତ ୪ ଜଣିଆ କମିଟି ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ପାହାଡ଼ରୁ […]
ପଦାରେ ପଡ଼ିଲା ପ୍ରଶାସନର ମିଛ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial