ମାତୃତ୍ୱକୁ ସନ୍ତାନ ବୋଝ : ଅଖା ବସ୍ତାରେ କୁନି ପରୀ

ମାତୃତ୍ୱକୁ ସନ୍ତାନ ବୋଝ

ଭୁବନେଶ୍ୱର: ଦୁହିତା ଦୁଇକୁଳକୁ ହିତା। ସମାଜ ପାଇଁ ପୁଅର ଯେତିକି ଆବଶ୍ୟକତା ଅଛି, ଝିଅର ମଧ୍ୟ ସେତିକି ଦରକାର ରହିଛି। ଏସବୁ ଜାଣି ବି ଏକବିଂଶ ଶତାଦ୍ଦୀର ଲୋକେ କନ୍ୟାକୁ ଅନାଦର କରୁଛନ୍ତି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅଖା ବସ୍ତା ଭିତରୁ ଉଦ୍ଧାର ହେଲା ଶିଶୁ କନ୍ୟା। ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ଆଜି ଅଖା ଭିତରୁ ଏକ ଶିଶୁ କନ୍ୟା ମିଳିଥିବାବେଳେ ସ୍ଥାନୀୟ ଲୋକ ପ୍ରଥମେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ମିଳିଥିବା ସୂଚନା ମୁତାବକ ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳେ ଏକ ଅଖା ବସ୍ତା ଭିତରେ ଶିଶୁ କନ୍ୟାଟିଏ ଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ଶିଶୁଟିର ନାହି ନାଡ଼ ଲାଗିଥିବାବେଳେ କେହି ଜନ୍ମିତ ଶିଶୁ କନ୍ୟାକୁ ଅଖାରେ ପୁରେଇ ଫିଙ୍ଗି ଦେଇଥିଲେ।
ସ୍ଥାନୀୟ ରଘୁନାଥପୁର ଅଞ୍ଚଳର ବାସିନ୍ଦା ଶିଶୁ କନ୍ୟାକୁ ଉଦ୍ଧାର କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଏହି ଶିଶୁ କନ୍ୟାକୁ ଅନାଥ ଆଶ୍ରମକୁ ହସ୍ତାନ୍ତର କରାଯାଇଛି। ଶିଶୁ କନ୍ୟାଟିର ବାପା ମାଙ୍କ ପରିଚୟ ମିଳିପାରିନି। ନନ୍ଦନକାନନ ଥାନା ପକ୍ଷରୁ ଶିଶୁର ପରିବାର ଠାବ କରିବା ପାଇଁ ତଦନ୍ତ ଚାଲିଛି। ଉଲ୍ଲେଖ ଥାଉ କି ଗତ ମାସରେ ମଧ୍ୟ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଞ୍ଚଳରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିଲା। ଭଗବାନପୁର ନିବାସୀ ପବିତ୍ର କୁମାର ଦାସ ଘାସ କାଟୁଥିବା ‌ବେଳେ ପାଖରେ ଥିବା ନର୍ଦ୍ଦମା ପାଖରୁ ଛୋଟ ପିଲାର କାନ୍ଦ ଶୁଣିଥିଲେ। ନବଜାତ ଶିଶୁକନ୍ୟା‌ ଗୋଟିଏ ବସ୍ତାରେ ବନ୍ଧା ହୋଇ ପଡ଼ିରହିଥିଲା। ଶିଶୁକୁ ଉଦ୍ଧାର କରି ସେ ତୁରନ୍ତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ପରେ ଶିଶୁର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଘରୋଇ ହସ୍ପିଟାଲରୁ ଶିଶୁକନ୍ୟାକୁ ରାଜଧାନୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

Share Now:

Kalinga News Beuro

Next Post

ଚାଷ ମାରିଦେଲା ସହରୀ ଡ୍ରେନ୍‌ : ଆବର୍ଜନା ପାଣିରେ ବର୍ଷସାରା ବୁଡ଼ି ରହୁଛି ଧାନବିଲ

Wed Jul 19 , 2023
ଖଣ୍ଡଗିରି: ସରକାର ଜମି, ଘର ବିକିଦେଲେ। କିନ୍ତୁ ଡ୍ରେନ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କଲେ ନାହିଁ। ଡ୍ରେନ୍‌କୁ ନେଇ ଚାଷ ଜମିରେ ପକାଇଦେଲେ। ଫଳରେ ସରକାରୀ ଘର କିଣି ଲୋକମାନେ ସୁବିଧାରେ ରହିଲେ ସିନା, ଆମ ଚାଷ ମରିଗଲା। ଧାନଜମିରୁ ମିଳୁଥିବା ବର୍ଷକ ଭାତ ହରାଇଲୁ। ସହରୀ ଡ୍ରେନ୍‌ ଆମ ଭାତହାଣ୍ଡି ଭାଙ୍ଗିଦେଲା। ଗତ ପ୍ରାୟ ୫ ବର୍ଷ ହେଲା ପ୍ରାୟ ୫୦ ଏକର ଜମି ପଡ଼ିଆ ପଡ଼ିଛି। ମୁଠାଏ ଧାନ […]
ଚାଷ ମାରିଦେଲା ସହର ଡ୍ରେନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial