ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ବଦଳି କଲେ ସରକାର

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ସଚିବଙ୍କୁ ବଦଳି

ବିଷ୍ଣୁପଦ ସେଠୀ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ନିଯୁକ୍ତ

ଭୁବନେଶ୍ୱର: ସକାଳେ ମନ୍ତ୍ରୀ ଆଉ ସନ୍ଧ୍ୟା ହେଉ ହେଉ ସଚିବ। ଆଜି ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିବାବେଳେ ଏବେ ସଚିବଙ୍କୁ ବଦଳି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ବଦଳି କରାଯାଇଛି। ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍‌ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ ଦିଆଯାଇଥିବାବେଳେ ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଉଲ୍ଲେଖ ଥାଉ କି ଆଜି ସକାଳେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦେଇଥିବା କୁହାଯାଇଥିଲା। ଏହାପରେ ଚର୍ଚ୍ଚା ଜୋର ଧରିଥିଲା ଯେ ବିଭାଗର ଖରାପ ପ୍ରଦର୍ଶନ ପାଇଁ ଯଦି ମନ୍ତ୍ରୀ ଦାୟୀ ତେବେ ସଚିବ କାହିଁକି ନୁହଁନ୍ତି। ଏହାପରେ ରାଜ୍ୟ ସରକାର ସଚିବଙ୍କୁ ମଧ୍ୟ ବଦଳି କରିଛନ୍ତି।
ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇ ଥିଲେ। ତେବେ ପୂର୍ବରୁ ମଧ୍ୟ ଅନେକ ବଡ଼ ବିଭାଗରେ ଦାୟିତ୍ୱ ନିର୍ବାହ କରିଆସିଛନ୍ତି ଶ୍ରୀ ସେଠୀ। ଯେତେବେଳେ ଭୟଙ୍କର ସାମୁଦ୍ରିକ ଝଡ ଓଡ଼ିଶା ଆଡକୁ ମାଡିଆସୁଥିଲା, ଲୋକଙ୍କୁ ସତର୍କ କରାଇବା ସହ ବିଭିନ୍ନ ପଦକ୍ଷେପ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସେତେବେଳେ ଏସଆରସି ପଦରେ ଥିବା ଏହି ବରିଷ୍ଠ ଆଇଏଏସ ଅଫିସର। ଏହା ପରେ ତାଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। କୋଭିଡ୍ ଭଳି ଘଡିସନ୍ଧି ମୁହୂର୍ତ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି ବିଷ୍ଣୁପଦ ସେଠୀ।

Share Now:

Kalinga News Beuro

Next Post

କାଳବୈଶାଖୀ ପ୍ରଭାବ : ଭୁଶୁଡ଼ିଗଲା ଅଜନ୍ତାର ତମ୍ବୁ

Fri Jun 9 , 2023
୮ବର୍ଷ ପରେ ରାଜଧାନୀରେ ସର୍କସ ଭୁବନେଶ୍ୱର : ଦୀର୍ଘ ୮ବର୍ଷ ପରେ ରାଜଧାନୀକୁ ଆସିଛି ସର୍କସ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଗୁରୁବାର ସଂଧ୍ୟାରେ ଅଜନ୍ତା ସର୍କସ ଶୁଭାରମ୍ଭ ପାଇଁ ସବୁ ପ୍ରସ୍ତୁତ ସରିଥିଲା। ଦୀର୍ଘ ବର୍ଷ ପରେ ସର୍କସ ଆସିଥିବାରୁ ଏହାକୁ ନେଇ ରାଜଧାନୀବାସୀଙ୍କ ମନରେ ପ୍ରବଳ ଆଗ୍ରହ ରହିଥିଲା। ଆଫ୍ରିକା, ରୁଷିଆ, ମଣିପୁରର କଳାକାରମାନେ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଫାୟାର ରିଂ, […]
ଭୁଶୁଡ଼ିଗଲା ଅଜନ୍ତାର ତମ୍ବୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial