ଆତଙ୍କବାଦୀ ଘୋଷିତ ହେଲେ ଆଝାର୍‌, ହାଫିଜ୍‌, ଦାଉଦ୍‌ ଓ ଜାକି-ଉର୍‌-ରେହମାନ

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାର, ଜମତ-ଉଦ୍‌-ଦଓ୍ଵା ମୁଖ୍ୟ ହାଫିଜ ସଇଦ୍‌, ଲସ୍କର-ଇ-ତୋଏବାର ମୁଖ୍ୟ ପରିଚାଳନା କମାଣ୍ଡର ଜାକି-ଉର୍‌-ଲହମାନ ଲଖଭି ଏବଂ ୧୯୯୩ ମସିହା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ଦାଉଦ୍‌ ଇବଆହିମ୍‌କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ୪ ଜଣଙ୍କୁ ବେଆଇନ୍‌ କାର୍ଯ୍ୟକଳାପ ନିରୋଧ ଆଇନ୍‌ ବଳରେ ଆତଙ୍କବାଦୀ ଘୋଷଣା କରାଯାଇଥିବା ଜାଣିବାକୁ ମିଳିଛି। ଏହି ୪ ଜଣଙ୍କ ନାମରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ହୋଇଛି।

Share Now:

Kalinga News Beuro

Leave a Reply

Next Post

ପ୍ରଦୂଷଣ ପରୀକ୍ଷା ପାଇଁ ନାହିଁ ସରକାରୀ ବ୍ୟବସ୍ଥା : ଧାର୍ଯ୍ୟ ହେଲା ପରୀକ୍ଷା ଦର, ବାଇକ୍‌ ପାଇଁ ୬୦

Thu Sep 5 , 2019
୨୧ଲାଇସେନ୍ସପ୍ରାପ୍ତ ସଂସ୍ଥାରୁ ୬ ଯୋଗ୍ୟ, ‌ଦୋୖତନଗରୀରୁ ୮ ଲକ୍ଷ ୧୬ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ଭୁବନେଶ୍ୱର : ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ପୁଲିସ ଓ ଏମ୍‌ଭିଆଇ ମୋଟା ଅଙ୍କର ଜରିମାନା କଷୁଛନ୍ତି। ଗୋଟିଏ ଗୋଟିଏ ଜରିମାନା ଇ-ଚାଲାଣ ଦେଖିଲେ ଅନ୍ୟ ଚାଳକଙ୍କ ହୋସ୍‌ ଉଡ଼ିଯାଉଛି। ଫଳରେ ଗାଡ଼ିର ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବାକୁ ଲୋକେ ତତ୍ପର ହୋଇଛନ୍ତି। ତେବେ ଫିଟ୍‌ନେସ୍‌ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial