ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ଟେଷ୍ଟିଙ୍ଗ ଠିକ ଭାବରେ ହେଉନାହିଁ ବୋଲି ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି। ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଙ୍ଗ ନିୟମିତ ଚାଲୁ ରହିଛି। ରାଜ୍ୟରେ ଟେଷ୍ଟିଙ୍ଗ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଛି। ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ ୧.୧ ପ୍ରତିଶତ ଥିଲାବେଳେ ରାଜ୍ୟରେ ୦.୪ ପ୍ରତିଶତ। ପ୍ରତି ଲକ୍ଷରେ କୋଭିଡ଼ ଟେଷ୍ଟିଙ୍ଗ ଦେଶରେ ପ୍ରତି ଲକ୍ଷରେ ହାରାହାରି ୨୬୮୫ ରହିଥିବା ବେଳେ ଓଡ଼ିଶାରେ ୪୫୪୨ ଅଛି। ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ ଗତକାଲି ଓଡ଼ିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ କେସ ଲୋଡ଼ ଅଧିକ ରହିଛି।
ଓମିକ୍ରନକୁ ନେଇ ଡବ୍ଲୁ ଏଚ ଓ କିମ୍ବା ଆନ୍ତର୍ଜାତିକ ସ୍ତରରେ ସେଭଳି କୌଣସି ସାଂଘାତିକ ହେବାର ସୂଚନା ମିଳିନାହିଁ। ଏବେ ବି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି। ନୋଟିଫାଏଡ ଦେଶରୁ କିଛି ଲୋକ ଆସିଛନ୍ତି, ସେମାନଙ୍କ ନେଇ ବିଶ୍ଲେଷଣ ଚାଲିଛି। ଯଦି କୌଣସି ଲୋକ ଆସିଛନ୍ତି, ସେମାନେ କୋଭିଡ ଟେଷ୍ଟ କରାଇ ନେବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Share Now:

Kalinga News Beuro

Next Post

ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା : ଜନଜୀବନ ପ୍ରଭାବିତ

Sun Dec 5 , 2021
ଭୁବନେଶ୍ୱର : ପୁରୀଠାରୁ ୨୭୦ କିଲୋମିଟର ଦୂରରେ ଜୱାଦ ରହିଛି। କିନ୍ତୁ ଏହାର ପ୍ରଭାବରେ ଭୁବନେଶ୍ୱର ଓ କଟକରେ ଆଜି ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ହେବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମସଂଖ୍ୟକ ବସ ଚଳାଚଳ କରୁଥିବାର ପରିଲକ୍ଷିତ […]
ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial