ସୁରେଶ ମହାପାତ୍ର ହେଲେ ଓଇଆରସି ଅଧ୍ୟକ୍ଷ : ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ନେବେ ଅବସର

ସୁରେଶ ମହାପାତ୍ର ହେଲେ ଓଇଆରସି ଅଧ୍ୟକ୍ଷ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ବିଦ୍ୟୁତ ନିୟାମକ ପ୍ରାଧିକରଣ (ଓଇଆରସି)ର ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।। ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ସୁରେଶ ମହାପାତ୍ର ଅବସର ନେଲା ପରେ ନୂତନ ଦାଇତ୍ୱ ଗ୍ରହଣ କରିବେ। ସୂଚନାଯୋଗ୍ୟ, ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ୨୦୨୧ ମସିହା ଜାନୁଆରି ୧ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ। ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଅବସ୍ଥାପିତ ହୋଇଥିଲେ। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବୃଆରୀ ଯାଏ ସେ ଏହି ପଦବୀରେ କାର୍ଯ୍ୟ କରିବାର ଥିଲା। କିନ୍ତୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ୨ ଥର ବୃଦ୍ଧି କରିଥିଲେ।
ସୁରେଶ ଚନ୍ଦ୍ର ମହାପାତ୍ର ୧୯୬୨ ମସିହାରେ ଦେବଗଡ଼ ଜିଲ୍ଲାର କନସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ କେଉଁଝରର ଡିଏନ୍ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା କଲେଜରୁ ୧୯୮୨ରେ ବିଏସସି ପାସ କରିଥିଲେ। ଏହାପରେ ୧୯୮୫ରେ ସେ ଆଇଏସଏମ୍, ଧାନବାଦରୁ ଏମଏସସି ଟେକ୍ ପାଠ୍ୟକ୍ରମ ସମାପ୍ତ କରି ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ମହାପାତ୍ର ଦୀର୍ଘ ୩୪ ବର୍ଷର ଚାକିରି ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦବିରେ ସଫଳତାର ସହ କାର୍ଯ୍ୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।

Share Now:

Kalinga News Beuro

Next Post

ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ : ୪ମୃତ, ୧୪ଆହତ

Sun Feb 26 , 2023
ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ ନେଲା ୪ଜୀବନ। ରବିବାର ଦିନ ବାଲୋଚିସ୍ତାନର ବରଖାନର ଏକ ବଜାର ଭିତରେ ବିସ୍ଫୋରଣ ହେବାରୁ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ବରଖାନ ଡେପୁଟି କମିଶନର ଅବଦୁଲ୍ଲା ଖୋସୋ କହିଛନ୍ତି ଯେ ରାଖନୀ ବଜାର ଅଞ୍ଚଳରେ ଏକ ମୋଟରସାଇକେଲରେ ଲଗାଯାଇଥିବା ଆଇଡି ବିସ୍ଫୋରଣ ହେବାରୁ ବଜାରରେ ନିଆଁ ଲାଗିଥିଲା।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା […]
ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial