ଓଏସଇବି ବିଦ୍ୟାଳୟ ଆଲୁମିନି ପକ୍ଷରୁ ଅସହାୟଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ

ଅସହାୟଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ (1)

ଭୁବନେଶ୍ୱର: ଗତକାଲି ସ୍ଥାନୀୟ ଓଏସଇବି ବିଦ୍ୟାଳୟ ଆଲୁମିନି ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଅଞ୍ଚଳରେ ଅସହାୟଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ରଜ ସଂକ୍ରାନ୍ତି ତଥା ବର୍ତ୍ତମାନର କରୋନା ମହାମାରୀ ପାଇଁ ଅସହାୟଙ୍କୁ ଖାଦ୍ୟବଣ୍ଟନ ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ଏପରି ଏକ ମହତ କାର୍ଯ୍ୟକ୍ରମ ସମସ୍ତ କରୋନା କଟକଣା ମଧ୍ୟରେ କରାଯାଇଥିଲା। ପାଖାପାଖି ୫୦ରୁ ଅଧିକ ଲୋକମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ଉପ ସଭାପତି ଇଂ ଆଶିଷ ମିଶ୍ର ଖାଦ୍ୟ ପୁଡିଆ ଗୁଡିକୁ ବଣ୍ଟନ କରିଥିଲେ।

ରବି ବାଡାତ୍ୟା, କିଶୋର ନାୟକ, ବିଜୟ ସାହୁ, ସନ୍ତୋଷ ସାହୁ, ଡି ଡି ଓଝା ଓ ଚିନ୍ତାମଣି ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଆହୁରି ୧୦୦ରୁ ଅଧିକ ଅସହାୟ ଲୋକମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ହେବ ବୋଲି ଅନୁଷ୍ଠାନର ସମ୍ପାଦକ କିଶୋର ନାୟକ ସୂଚନା ଦେଇଥିଲେ।

Share Now:

Kalinga News Beuro

Next Post

ଚୋରା ବନ୍ଧୁକ ପାଇଁ ବିପଦରେ କଟକ

Thu Jun 17 , 2021
କୁଖ୍ୟାତ ଟୁକୁନାର ୩ ସହଯୋଗୀ ଗିରଫ, ଜବତ ହେଲା ୧୧ ବନ୍ଧୁକ, ୫୧ ରାଉଣ୍ଡ ଗୁଳି କଟକ : ବନ୍ଧୁକ ଚୋରା କାରବାରରେ ଲିପ୍ତ ଅପରାଧୀଙ୍କୁ ନେଇ ଏବେ ବିପଦରେ କଟକ ସହର। ସହରର ଛୋଟ, ବଡ ଅପରାଧୀଙ୍କ ହାତରେ ବି ଏବେ ବନ୍ଧୁକ। କୁଖ୍ୟାତ ମାଫିଆ, ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ତାଳଚେରର ଟୁକୁନା ସ୍ବାଇଁକୁ ରିମାଣ୍ଡରେ ଆଣି ଜେରାପରେ ତା’ଠାରୁ ବନ୍ଧୁକ କିଣିଥିବା ୩ ଜଣଙ୍କୁ ଗିରଫ କରାଯାଇଛି। […]
ଚୋରା ବନ୍ଧୁକ ପାଇଁ ବିପଦରେ କଟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial