ଚଳନ୍ତା ଟ୍ରେନରେ ଗର୍ଭବତୀଙ୍କୁ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର ବିପ୍ଲବ ବିଶ୍ୱକେଶରୀ

ଚଳନ୍ତା ଟ୍ରେନରେ ଗର୍ଭବତୀଙ୍କ ପ୍ରସବ

ଭୁବନେଶ୍ୱର: ଅନେକ ସମୟରେ ଡାକ୍ତରଙ୍କ ମହନୀୟତା ଚର୍ଚ୍ଚାର ବିଷୟ ହୋଇଥାଏ। ନିଜର କର୍ତ୍ତବ୍ୟବୋଧ ଓ ନିଷ୍ଠା ଲାଗି ଚିକିତ୍ସକ ବେଳେବେଳେ ପ୍ରଶଂସିତ ହୋଇଥାନ୍ତି। ଏଭଳି ଜଣେ ଡାକ୍ତର ଏବେ ଚର୍ଚ୍ଚାରେ ଅଛନ୍ତି। ଡାକ୍ତର ଜଣେ ଗର୍ଭବତୀଙ୍କ ପାଇଁ ପାଲଟିଛନ୍ତି ଦେବଦୂତ। ଚଳନ୍ତା ଟ୍ରେନରେ ଗର୍ଭବତୀଙ୍କୁ ସାହାଯ୍ୟ କରିଛନ୍ତି। ଏହି ଡାକ୍ତରଜଣକ ହେଉଛନ୍ତି ଭୁବନେଶ୍ୱରର ମେଜର ବିପ୍ଲବ ବିଶ୍ୱକେଶରୀ ମହାନ୍ତି। ବିପ୍ଲବ ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଫେରୁଥିଲେ। ହୀରାଖଣ୍ଡ ଏକ୍ସପ୍ରେସରେ ଘରକୁ ଫେରୁଥିବାବେଳେ ସେହି ଟ୍ରେନରେ ବିଳମ୍ବିତ ରାତିରେ ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଜାଣିବାକୁ ପାଇଲେ। ହୀରାଖଣ୍ଡ ଏକ୍ସପ୍ରେସରେ କିଛି ବାଟ ଆସିବା ପରେ ରାତି ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ଜଣେ ଟିଟିଇ ଦଉଡ଼ି ଆସିକି ସହୟତା ମାଗିଲେ। କହିଲେକି କିଏ ଡାକ୍ତର ଅଛନ୍ତି କି? ଜଲଦି ଆସନ୍ତୁ। ଟ୍ରେନରେ କେହି ଡାକ୍ତର ନଥିବା ବେଳେ କାଳ ବିଳମ୍ବ ନ କରି ବିପ୍ଳବ ଟିଟିଇଙ୍କ ସହ ଆସିଥିଲେ। ଆଉ ଟିଟିଇଙ୍କ ସହ ଆସି ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଦେଖିଥିଲେ। ଏହାପରେ ସେ ଏକାକୀ ଉକ୍ତ ପ୍ରସୂତିଙ୍କର ପ୍ରସବ କରାଇବାକୁ ନିଷ୍ପତ୍ତି ନେଇଥିଲେ। ସେହି କାମକୁ ସେ ସଫଳତାର ସହ ବି ସମାପନ କରିଥିଲେ। ଗର୍ଭବତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏବେ ମହିଳା ଓ ତାଙ୍କର ଶିଶୁପୁତ୍ର ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବିନା ଯନ୍ତ୍ରପାତିରେ ସେ ଏକାକୀ ଏଭଳି କାମ କରିବାର ସାହସ କରିଥିଲେ।ଡାକ୍ତର ବିପ୍ଲବ ବିଶ୍ୱକେଶରୀ ମହାନ୍ତିଙ୍କ କହିବା ଅନୁଯାୟୀ, ସେ ଆର୍ମିରେ କାର୍ଯ୍ୟରତ ଡାକ୍ତର ହୋଇଥିବା ହେତୁ ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କିପରି ସହାୟତା କରିବାକୁ ପଡ଼ିଥାଏ ସେଥିନେଇ ପ୍ରଶିକ୍ଷଣ ମିଳିଥିଲା। ଏଥିଲାଗି ସେ ସାହସ ଜୁଟାଇପାରିଥିଲେ। ମଧ୍ୟ ପ୍ରଦେଶର କଟନି ଷ୍ଟେସନ ନିକଟରେ ସେ ଉକ୍ତ ପ୍ରସୂତିଙ୍କର ପ୍ରସବ କରାଇଥିଲେ।

Share Now:

Kalinga News Beuro

Next Post

"ହିନ୍ଦୁମାନେ ୧ ନମ୍ବର ଠକ" : ଗୁଜୁରାଟ ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ

Thu Sep 8 , 2022
ଅହମ୍ମଦାବାଦ: ହିନ୍ଦୁମାନେ ଠକ ବୋଲି କହି ଏବେ ଅଡୁଆରେ ପଡିଯାଇଛନ୍ତି ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ। ରାଜ୍ୟପାଳଙ୍କ ଏହି ବିବୃତ୍ତି ବିବାଦ ସୃଷ୍ଟି କରିଛି। ଆଉ ରାଜ୍ୟପାଳଙ୍କ ବୟାନକୁ ନେଇ ହିନ୍ଦୁ ସଂଗଠନମାନେ ଆପତ୍ତି କରିଛନ୍ତି। ମିଳିଥିବା ସୂଚନା ମୁତାବକ ବୁଧବାର ଦିନ ନର୍ମଦା ଜିଲ୍ଲାର ପୋଇଚା ଗ୍ରାମରେ ‘ଜୈବିକ ଚାଷ’ ପ୍ରସଙ୍ଗରେ ଆୟୋଜିତ ଏକ ସେମିନାରକୁ ସମ୍ବୋଧିତ କରିବାବେଳେ ସେ ଏହା କହିଥିଲେ। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କହିଥିଲେ […]
ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial