“ହିନ୍ଦୁମାନେ ୧ ନମ୍ବର ଠକ” : ଗୁଜୁରାଟ ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ

ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ

ଅହମ୍ମଦାବାଦ: ହିନ୍ଦୁମାନେ ଠକ ବୋଲି କହି ଏବେ ଅଡୁଆରେ ପଡିଯାଇଛନ୍ତି ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ। ରାଜ୍ୟପାଳଙ୍କ ଏହି ବିବୃତ୍ତି ବିବାଦ ସୃଷ୍ଟି କରିଛି। ଆଉ ରାଜ୍ୟପାଳଙ୍କ ବୟାନକୁ ନେଇ ହିନ୍ଦୁ ସଂଗଠନମାନେ ଆପତ୍ତି କରିଛନ୍ତି। ମିଳିଥିବା ସୂଚନା ମୁତାବକ ବୁଧବାର ଦିନ ନର୍ମଦା ଜିଲ୍ଲାର ପୋଇଚା ଗ୍ରାମରେ ‘ଜୈବିକ ଚାଷ’ ପ୍ରସଙ୍ଗରେ ଆୟୋଜିତ ଏକ ସେମିନାରକୁ ସମ୍ବୋଧିତ କରିବାବେଳେ ସେ ଏହା କହିଥିଲେ। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କହିଥିଲେ ଯେ ଲୋକମାନେ ‘ଜୟ ଗୋ ମାତା’ ଜପ କରନ୍ତି। ସେମାନେ ଗାଈଙ୍କୁ କ୍ଷୀର ଦେବା ପର୍ଯ୍ୟନ୍ତ ନିଜ ପାଖରେ ଗୁହାଳରେ ରଖନ୍ତି। କିନ୍ତୁ ଯେତେବେଳେ ଗାଈଟି କ୍ଷୀର ଦେବା ବନ୍ଦ କରିଦିଏ, ସେତେବେଳେ ତାହାକୁ ରାସ୍ତାରେ ଛାଡ଼ିଦିଅନ୍ତି। ସେଥିପାଇଁ ମୁଁ କହୁଛି ଯେ ହିନ୍ଦୁମାନେ ଏକ ନମ୍ବର ଠକ। ହିନ୍ଦୁ ଧର୍ମ ଏବଂ ଗାଈ ପରସ୍ପର ସହ ଜଡିତ, କିନ୍ତୁ ଲୋକମାନେ ଜୟ ଗୋ ମାତା ବୋଲି କୁହନ୍ତି ସତ କିନ୍ତୁ ଗାଈ କ୍ଷୀର ଦେବା ବନ୍ଦ କରିଦେଲେ ସେମାନେ ଗାଈକୁ ରାସ୍ତାରେ ଛାଡ଼ିଦିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରକୁ ଯାଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି, ଯାହାଫଳରେ ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। କିନ୍ତୁ ଯଦି ତୁମେ ଜୈବିକ ଚାଷ ଆପଣେଇବ, ତେବେ ଭଗବାନ ତୁମ ଉପରେ ସନ୍ତୁଷ୍ଟ ହେବେ। ସେ କହିଛନ୍ତି ଯେ ମୁଁ ବୈଜ୍ଞାନିକ ପ୍ରମାଣ ସହିତ କହୁଛି ଯେ ଆପଣ ରାସାୟନିକ ସାର ବ୍ୟବହାର କରି ପଶୁମାନଙ୍କୁ ହତ୍ୟା କରୁଛନ୍ତି। ଯଦି ତୁମେ ଜୈବିକ କୃଷିକୁ ଗ୍ରହଣ କରିବ, ତେବେ ତୁମେ ପଶୁମାନଙ୍କୁ ଜୀବନଦାନ ଦେବ।

Share Now:

Kalinga News Beuro

Next Post

ସୁଧୁରୁନି ରାଜଧାନୀ ଟ୍ରାଫିକ୍‌ ସମସ୍ୟା : ନାହିଁ ଟାଇମର୍‌, ନାହିଁ ସ୍ପାଇକ୍‌ ବ୍ୟାରିୟର୍‌

Thu Sep 8 , 2022
ଭୁବନେଶ୍ବର: ହୋଇପାରିଲନି ସ୍ମାର୍ଟ ସିଟିରେ ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥା। ଏବେ ବି ଲୋକେ ଟ୍ରାଫିକ୍‌ ଜାମ୍‌ରେ ଫସୁଥିବା ବେଳେ ଟ୍ରା‌ଫିକ୍‌ ଛକରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ବି ବହୁ ଟ୍ରାଫିକ୍‌ ଛକରେ ଆମ୍ବୁଲାନ୍‌ସ ଫସି ରହୁଛି। ଜେବ୍ରା କ୍ରସିଂ ଥାଇ ନଥିଲା ଭଳି। ବହୁ ଗାଡ଼ିଚାଳକ ଏହାକୁ ମାନୁନାହାନ୍ତି। ଟାଇମର୍ ନଥିବାରୁ ଗାଡ଼ିଚାଳକମାନେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ସ୍ପାଇକ୍‌ ବ୍ୟାରିୟର୍ ବ୍ୟବସ୍ଥା ଲାଗୁ ହୋଇପାରୁନଥିବାରୁ ରଙ୍ଗ୍‌ ରୁଟ୍‌ ଗାଡ଼ିଚାଳନା […]
ସୁଧୁରୁନି ରାଜଧାନୀ ଟ୍ରାଫିକ୍‌ ସମସ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial