ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରିଙ୍କ ଆପତ୍ତିଜନକ ବୟାନର ଦୃଢ ପ୍ରତିବାଦ କରିଛି ଭାରତ। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରିକରି ଅତ୍ୟନ୍ତ କଠୋର ଭାଷାରେ ପାକିସ୍ତାନକୁ ଭର୍ତ୍ସନା କରାଯାଇଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପାକିସ୍ତାନର ମାନଦଣ୍ଡ ଦୃଷ୍ଟିରୁ ବି ଏହା ଅତ୍ୟନ୍ତ କଦର୍ଯ୍ୟ କଥା। ଭାରତର ବିଜୟ ଦିବସକୁ ମନେ ପକାଇ ସେ କହିଛନ୍ତି ଯେ ୧୯୭୧ର ଇତିହାସକୁ ପାକିସ୍ତାନ ଭୁଲିଯାଇଛି, ଯାହା ଥିଲା ସଂଖ୍ୟାଲଘୁଙ୍କ ଉପରେ ପାକିସ୍ତାନର ଗଣସଂହାରର ଫଳ। କିନ୍ତୁ ଏଥିରୁ ପାକିସ୍ତାନ କିଛି ଶିକ୍ଷା କରିଥିବା ମନେହେଉନାହିଁ ଓ ସଂଖ୍ୟାଲଘୁଙ୍କ ପ୍ରତି ପାକିସ୍ତାନର ମନୋଭାବରେ କୌଣସି ପରିବର୍ତ୍ତନ ଆସିନାହିଁ। ସେହିପରି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ କହିଛନ୍ତି, “ମୁଁ କହିବାକୁ ଚାହେଁ ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଯେଉଁ ପ୍ରକାରର ଭାଷା ବ୍ୟବହାର କରନ୍ତି ତାହା କେବଳ ଦେବାଳିଆ ଦେଶକୁ ପ୍ରତିନିଧିତ୍ୱ କରେ ନାହିଁ, ବରଂ ସେ ନିଜର ମାନସିକ ଦେବାଳିଆ ମଧ୍ୟ ଦେଖାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅତ୍ୟଧିକ ଆପତ୍ତିଜନକ ମନ୍ତବ୍ୟରେ ଭୁଟ୍ଟୋ କହିଥିଲେ, “ଓସାମା ବିନ୍ ଲାଡେନ୍ ମରିଯାଇଛି, କିନ୍ତୁ ଗୁଜୁରାଟର କଂସେଇ ଏବେବି ଜୀବିତ ଅଛି।
ବିଲାଓ୍ବଲଙ୍କୁ କଡ଼ା ଜବାବ : ପାକିସ୍ତାନ ବୋଧହୁଏ ୧୯୭୧ କଥା ଭୁଲଗଲାଣି – ଭାରତ

Share Now: