ମହିଳାଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ

ମହିଳାଙ୍କ ଠାରୁ ସୁନା ଚେନ ଲୁଟ

ଯାଜପୁର: ଟାଉନ ଥାନା ଅନ୍ତର୍ଗତ ମାନସାପୋଲ ଠାରେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ୍‌ ହୋଇଛି। ମହିଳା ଜଣକ ଯାଜପୁର ପୌରପାଳିକା କର୍ମଚାରୀ କୁନିଲତା ସାହୁ। ସେ ମଧ୍ୟାହ୍ନ ବିରତି ପରେ ଅଫିସ ଆସୁଥିବା ବେଳେ ଏପରି ଘଟଣା ଘଟିଛି। କଳା ପଲସରରେ ଦୁର୍ବୃତ୍ତମାନେ ଆସି ଚେନ ଛିଣ୍ଡାଇ ନେଇଛନ୍ତି। ପୁରା ଘଟଣା ସିସି ଟିଭିରେ କଏଦ ହୋଇଛି। ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ପୁଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ

Fri Dec 16 , 2022
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ଇନଫରମରର ଦର୍ଶାଇ ନକ୍ସଲ ଜଣେ ଯୁବକକୁ ହତ୍ୟା କରିଛନ୍ତି। ଦନ୍ତେୱାଡା ଜିଲ୍ଲାର ମାଲେବାହୀ ଥାନା ଅଞ୍ଚଳର ଯୁବକ ଜୟରାମ କଶ୍ୟପ କିଛି ଦିନ ତଳେ କଚନାର ଅଞ୍ଚଳକୁ ବୁଲିବାକୁ ଯାଇଥିଲା।ତେବେ ଗତ ଦୁଇ ଦିନ ତଳେ ନକ୍ସଲ ଜୟରାମ କଶ୍ୟପକୁ ଅପହରଣ କରି ନେଇଥିଲେ। ପରେ ଜଙ୍ଗଲରେ ପ୍ରଜାକୋର୍ଟ ବସାଇ ଜୟରାମକୁ ପୁଲିସ ଇନଫର୍ମର […]
ଯୁବକକୁ ହତ୍ୟା କଲେ ନକ୍ସଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial