ପୁଲିସ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ

ଗ୍ୟାଙ୍ଗଷ୍ଟର ହାଇଦର ମୃତ

ବାଲେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରର ପୁଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା। ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି। କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୁରଭଞ୍ଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ। ହାଇଦର ପରିଶ୍ରା କରିବା ବାହାନାରେ ଦୌଡ଼ି ପଳାଉଥିଲା। କିନ୍ତୁ ପୁଲିସ ସେହି ସମୟରେ ଉପାୟ ନପାଇ ବାଧ୍ୟହୋଇ ହାଇଦରକୁ ଗୁଳି କରିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ ନିଆଯାଉଥିଲା ବୋଲି କଟକ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ୨୦ରେ ହାଇଦର ପରିଶ୍ରା ଯିବା ପାଇଁ କଟକ ପୁଲିସର ଏସ୍କଟ ଟିମ୍‌କୁ କହିଥିଲା। ସେଠାରୁ ସେ ସୁଯୋଗ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲା। ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା। ଉପାୟ ନ ପାଇ ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଗୁଳି ଚଳାଇଥିଲେ। ହାଇଦର ପେଟରେ ଗୁଳି ବାଜିଛି ବୋଲି ଡିସିପି କହିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଜଳବନ୍ଦୀ ସମସ୍ୟାର ଅଭିନବ ପ୍ରତିବାଦ: ରାସ୍ତାରେ ଡଙ୍ଗା ଭସାଇ ବର୍ଷିଲା କଂଗ୍ରେସ

Sat Jul 24 , 2021
ସରକାର ଏବେ ‘ମୋ ଡଙ୍ଗା ଯୋଜନା’ କରନ୍ତୁ-ଜଟଣୀ ବିଧାୟକ ଭୁବନେଶ୍ୱର : ଅସରାଏ ବର୍ଷା ହୋଇଗଲେ ରାଜଧାନୀର ଅବସ୍ଥା ବଡ଼ ଦୟନୀୟ ହୋଇପଡ଼ୁଛି। ଲୋକଙ୍କ ଘରେ ବର୍ଷାପାଣି ପଶିବା ସହ ରାଜରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଖେଳୁଛି। ବର୍ଷାଦିନେ ରାଜଧାନୀକୁ ଜଳବନ୍ଦୀମୁକ୍ତ ରଖିବା ପାଇଁ ବିଏମ୍‌ସି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଅବସ୍ଥା ସୁଧୁରୁ ନାହିଁ। ଏହି ଜଳବନ୍ଦୀ ସମସ୍ୟାର ପ୍ରତିବାଦରେ ଆଜି ପ୍ରଦେଶ ଛାତ୍ର […]
ରାସ୍ତାରେ ଡଙ୍ଗା ଭସାଇ ବର୍ଷିଲା କଂଗ୍ରେସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial