୧୫୩ ବସ୍ତା ପିଡିଏସ୍‌ ଚାଉଳ ବୋହିନେଲେ ଝିଙ୍କିରିଆ ଗ୍ରାମବାସୀ

ଖଇରା: ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତକୁ ପିଡିଏସ୍‌ ଚାଉଳ ନେଇ ଆସିଥିବା ଏକ ଟ୍ରକ୍ (ଓଡି-୦୧-ଟି-୧୫୬୬)କୁ ଅଟକାଇ କିଛି ଝିଙ୍କିରିଆ ଗ୍ରାମବାସୀ ଚାଉଳ ବସ୍ତା ବୋହି ନେଇଥିବା ଅଭିଯୋଗ ହୋଇଛି। ଘଟଣା ମୁତାବକ, ଝିଙ୍କିରିଆ ପଞ୍ଚାୟତ ପାଇଁ ରିଟେଲର୍‌ ଭାବେ ବାଉରି ଦାସ ନିଯୁକ୍ତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକ୍‌ ପଞ୍ଚାୟତରେ ପହଞ୍ଚିବା ପରେ ଝିଙ୍କିରିଆ ଗ୍ରାମର କିଛି ହିତାଧିକାରୀ ଟ୍ରକ୍‌ ନିକଟରେ ପହଞ୍ଚିଥିଲେ ଏବଂ ୪ ମାସର ବକେୟା ଚାଉଳ ଦେବାକୁ ଜିଦ୍‌ କରିଥିଲେ। ହେଲେ ରିଟେଲର୍‌ ଶ୍ରୀ ଦାସ କେବଳ ୨ ମାସର ବକେୟା ଚାଉଳ ଦିଆଯିବ ବୋଲି କହିଥିଲେ।
ଏପରି ସମୟରେ କିଛି ଲୋକ ଚାଉଳକୁ ଗୋଦାମରେ ନରଖି ପଞ୍ଚାୟତ କାର୍ଯ୍ୟାଳୟରେ ରଖିବାକୁ ଦାବି କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। କିଛି ଲୋକ ଟ୍ରକ୍‌ ଡ୍ରାଇଭର୍‌ ତାପସ ମୁଖୀଙ୍କଠାରୁ ଟ୍ରକ୍‌ ଚାବି ଛଡ଼ାଇ ଆଣିଥିଲେ ଏବଂ ଟ୍ରକ୍‌ରେ ଲଦା ହୋଇଥିବା ଚାଉଳ ବସ୍ତାଗୁଡ଼ିକ ମଧ୍ୟରୁ ୧୫୩ ବସ୍ତା ବୋହି ନେଇଥିଲେ। ଡ୍ରାଇଭର୍‌ ଶ୍ରୀ ମୁଖୀ ଏନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ବିଜେପି ନେତାଙ୍କ ହତ୍ୟା ଘଟଣାରେ୧୫ଜଣ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

Tue Jan 30 , 2024
ଥିରୁବନ୍ତପୁରମ୍‌: କେରଳରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକଙ୍କୁ ହତ୍ୟା କରିଥିବା ଘଟଣାରେ ୧୫ଜଣ ପିଏଫଆଇ କର୍ମକର୍ତ୍ତା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ୧୫ଜଣଙ୍କୁ ଗତ ଶନିବାର କୋର୍ଟ ମୃତ୍ୟୁ ଦଣ୍ଡାଦେଶର ଶୁଣାଣି କରିଛନ୍ତି। ଏସମସ୍ତ ଦୋଷୀ ନିଷିଦ୍ଧ ସଂଗଠନ ପିଏଫଆଇ (ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ)ଏବଂ ଏହାର ରାଜନୈତିକ ୱିଙ୍ଗ୍ ଏସଡିପିଆଇର ସଦସ୍ୟ ଥିବା ଜଣାପଡ଼ିଛି। ୨୦୨୧ ଡିସେମ୍ବର ୧୯ ତାରିଖରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କୁ ଆଠଜଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial