୫ଟି ଗାଡ଼ି ଜାଳିଦେଲେ ନକ୍ସଲ

୫ଟି ଗାଡ଼ି ଜାଳିଦେଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି। ବିଜାପୁର ଜିଲ୍ଲାର ନେମେଡ ଥାନା ଅଞ୍ଚଳରେ ଥିବା ୱାଟର ଫିଲଟର ପ୍ଲାଣ୍ଟରେ ନିୟୋଜିତ ଥିବା ୫ଟି ଗାଡିକୁ ନକ୍ସଲ ଆଜି ନିଆଁ ଲଗାଇ ପୋଡି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ କରିଛନ୍ତି। ବିଜାପୁର ଜିଲ୍ଲାରେ ନକ୍ସଲ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଗତ ଦୁଇ ୩ ତାରିଖରେ ୨୩ ଜଣ ଯବାନଙ୍କୁ ନକ୍ସଲ ମାରିଥିବା ବେଳେ ଗତ ଦୁଇ ଦିନ ତଳେ ତିନି ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଛନ୍ତି। ତେବେ ନକ୍ସଲ ଦମନ ନେଇ ଛତିଶଗଡ ପୁଲିସ ତରଫରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି।

Share Now:

Kalinga News Beuro

Next Post

ଡେଲାଙ୍ଗରେ ନିର୍ବାଚନୀ ହିଂସା: ବିଜେଡି କର୍ମୀଙ୍କ ମାଡ଼ରେ ୨ ଜଣ ବିଜେପି କର୍ମୀ ଆହତ

Sun Apr 11 , 2021
ପିପିଲି: ପିପିଲି ଉପନିର୍ବାଚନ ପ୍ରଚାର ବେଳେ ପୁଣି ହିଂସାକାଣ୍ଡ। ଆଜି ଡେଲାଙ୍ଗରେ କ୍ୟାମ୍ପେନ ବେଳେ ପୁଣି ବିଜେଡି ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ଆଣିଛି ବିଜେପି। ଶାସକ ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ୩ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିିଥିବା ସୂଚନା ମିଳିଛି। ମନୋରଞ୍ଜନ ବରାଳ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ […]
ଡେଲାଙ୍ଗରେ ନିର୍ବାଚନୀ ହିଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial