ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର

ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର

ଭୁବନେଶ୍ୱର: ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର ସୁକାନ୍ତ ଜେନା। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ସୁକାନ୍ତ ଜେନାଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ୮୦୦୦ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କ ଘରୁ ମିଳିଥିଲା ୧ କୋଟି ୧୩ ଲକ୍ଷ ନଗଦ ଟଙ୍କା। ଗିରଫ ଡାକ୍ତର ସୁକାନ୍ତ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଏବେ ଖୋଳତାଡ କରୁଛି ପୁଲିସ। କୁହାଯାଇଛି ଯେ, ନର୍ସିଂ ହୋମ ତିଆରି ଲାଗି ଏସବୁ ଟଙ୍କା ସେ ଘରେ ଲୁଚାଇ ରଖିଥିଲେ। ଗିରଫ ପରେ ଘରୁ ୧ କୋଟି ୧୩ ଲକ୍ଷ ଟଙ୍କା ମିଳିଥିବା ସହ ସେ ୪୪ ଲକ୍ଷ ଟଙ୍କାର ବୀମା କରିଥିବା ଜଣାପଡ଼ିଛି। ତା’ବ୍ୟତୀତ ତାଙ୍କର ୩ଟି ପ୍ଲଟ ସହିତ ଇନଫୋସିଟି ଅଞ୍ଚଳରେ ଗୋଟିଏ ଘର ଏବଂ ପୁରୀରେ ଗୋଟେ ଆପାର୍ଟମେଣ୍ଟ ଲାଗି ସେ ଟଙ୍କା ନିବେଶ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତେବେ ଆୟବର୍ହିଭୂତ ଏବଂ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗଣ୍ଡା ଗଣ୍ଡା ଅଫିସର ଧରାପଡ଼ିବା ସମସ୍ତଙ୍କୁ ଚକିତ କରିଛି।

Share Now:

Kalinga News Beuro

Next Post

ବଢିଲା ଯୁଦ୍ଧ ଆଶଙ୍କା : ଶନିବାର ଆଣବିକ ଯୁଦ୍ଧାଭ୍ୟାସ କରିବ ଋଷିଆ

Fri Feb 18 , 2022
ମସ୍କୋ : ୟୁକ୍ରେନ ସଂକଟକୁ ନେଇ ଚିନ୍ତା ଆହୁରି ବଢାଇଦେଇଛି ଋଷିଆ। ଗୋଟିଏ ପଟେ ସେନା ପ୍ରତ୍ୟାହାର କଥା କହୁଥିବାବେଳେ ଅନ୍ୟପଟେ ଆସନ୍ତା ଶନିବାର ଏକ ବଡ଼ ଧରଣର ଆଣବିକ କ୍ଷୁଦ୍ଧାଭ୍ୟାସ କରିବାକୁ ଯାଉଛି ଋଷିଆ। ଏଥିରେ ଋଷିଆର ଅନ୍ତଃମହାଦେଶୀୟ ବାଲିଷ୍ଟିକ ଓ କ୍ରୁଜ ମିସାଇଲ ଗୁଡ଼ିକର ପରୀକ୍ଷଣ କରାଯିବ। ସମ୍ଭାବ୍ୟ ଆଣବିକ ଯୁଦ୍ଧର ମୁକାବିଲା ପାଇଁ ଋଷିଆ ଏହି ଅଭ୍ୟାସ କରୁଥିବା କୁହାଯାଉଛି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ […]
ଯୁଦ୍ଧ ଆଶଙ୍କା ବଢିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial