ବଞ୍ଚିଛି ଦାଉଦର ନଂ୧ ଶତ୍ରୁ : ୯ ବର୍ଷ ପରେ ଆସିଲା ନୂଆ ଫଟୋ

ବଞ୍ଚିଛି ଦାଉଦର ନଂ୧ ଶତ୍ରୁ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ଏକ ନୂଆ ଫଟୋ ସାମନାକୁ ଆସିଛି। ଏଥିରେ ସେ ମାସ୍କ ପିନ୍ଧିଛି ଓ ବେଶ ସୁସ୍ଥ ଦେଖାଯାଉଛି। ଏହି ଫଟୋଟି ଗତ ୯ ବର୍ଷ ମଧ୍ୟରେ ଆସିଥିବା ଛୋଟା ରାଜନର ସବୁଠାରୁ ନୂଆ ଫଟୋ। ଛୋଟା ରାଜନର ଏହି ଫଟୋ ଏମିତି ଏକ ସମୟରେ ସାମ୍ନାକୁ ଆସୁଛି ଯେତେବେଳେ ତା ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା। କରୋନା ରେ ଛୋଟା ରାଜନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲା। କୁଖ୍ୟାତ ଡନ୍ ଦାଉଦ ଇବ୍ରାହିମର ଶତ୍ରୁ ଛୋଟା ରାଜନ ୨୦୧୫ରୁ ତିହାର ଜେଲ ନମ୍ବର ୨ରେ ବନ୍ଦୀ ଅଛି। ଏକ ହତ୍ୟା ମାମଲାରେ ସେ ଜେଲରେ ଅଛି। ଏହି ଜେଲ୍ ଅତ୍ୟନ୍ତ କଡ଼ା ସୁରକ୍ଷା ବଳୟ ରେ ରହିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଛୋଟା ରାଜନର ଏହି ଫଟୋ ୨୦୨୧ କରୋନା ମହାମାରୀ ସମୟର। ଏପ୍ରିଲ ୨୦୨୧ରେ ରାଜନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସଂଦେହ କରାଯାଉଥିଲା ଯେ କରୋନା ସଂକ୍ରମିତ ହୋଇ ସେ ମୃତ୍ୟୁବରଣ କରିଛି। ତେବେ ସରକାରୀଭାବେ ଏ ନେଇ କୌଣସି ଘୋଷଣା କରାଯାଇଥିଲା। ଏବେ ନୂଆ ଫଟୋ ଆସିବା ପରେ ଉକ୍ତ କଳ୍ପନାଜଳ୍ପନା ମିଥ୍ୟା ପ୍ରମାଣିତ ହୋଇଛି।

Share Now:

Kalinga News Beuro

Next Post

ଭୋଟ ପୂର୍ବରୁ ଜିତିଗଲେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ

Mon Apr 22 , 2024
ସୁରତ : ଦେଶରେ ଲୋକସଭା ନିର୍ବାଚନ ଏଇ ମାତ୍ର ଆରମ୍ଭ ହୋଇଛି। ଫ​​ଳାଫଳ ପାଇଁ ଆମକୁ ଜୁନ ୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ସତ୍ତ୍ୱେ ବିଜେପି ଏବେଠାରୁ ନିଜର ଖାତା ଖୋଲିସାରିଲାଣି। ଗୁଜରାଟର ସୁରତ ଆସନରୁ ଛିଡ଼ା ହୋଇଥିବା ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସୁରଟରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ହେଲେ ମୁକେଶ ଦଲାଲ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ […]
ଜିତିଗଲେ ବିଜେପିର ଏହି ପ୍ରାର୍ଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial