ଧରାପଡିଲା ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ, ୨ ଅଟକ

ନଡ଼ିଆକତା ବୋଝେଇ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ

ନଡ଼ିଆକତା ବୋଝେଇ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠରୁ ଆଜି ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ମାମଲରେ ଦୁଇଜଣଙ୍କୁ ଅଟକ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରୁ ବାଲେଶ୍ବର ଯାଉଥିବା ଏକ ନଡ଼ିଆ କତା ବୋଝେଇ ଟ୍ରକରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ପାଇ ଭୁବନେଶ୍ବର ଉପକଣ୍ଠସ୍ଥ ଗୋଡ଼ିପଡ଼ା ଚେକଗେଟ୍ ନିକଟରେ ଏନସିବି ପକ୍ଷରୁ ଉକ୍ତ ଟ୍ରକକୁ ଅଟକାଯାଇଥିଲା। ଏହାପରେ ଉକ୍ତ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା। ଆଜି ଭୋର ସମୟରେ ଏହି ଘଟଣା ଘଟିଛି। ଏହି ମାମଲାରେ ଟ୍ରକ୍ ଚାଳକ ଓ ହେଲପରକୁ ଅଟକ ରଖି ଏନସିବି ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହା ଏନସିବିର ଏକ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share Now:

Kalinga News Beuro

Next Post

୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଲା: କାର୍ଯ୍ୟକ୍ଷମ ହେଉନି କୋଭିଡ଼୍‌ କେୟାର୍‌ ସେଣ୍ଟର

Sat Oct 3 , 2020
ରାଜନଗର: ରାଜନଗରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋଭିଡ୍ କେୟାର୍‌ ସେଣ୍ଟର୍‌ ନିର୍ମାଣ ହେଲା। ଏଥିପାଇଁ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ଏହାସତ୍ତ୍ବେ କେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନାହିଁ। ଆକ୍ରାନ୍ତମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯାଉଛି। ସୁବିଧା ନ ଥିଲେ ମଧ୍ୟ ଆକ୍ରାନ୍ତମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ମାତ୍ର ଘରେ ରହୁଥିବା ବହୁ ରୋଗୀ କଟକଣା ମାନୁ ନ ଥିବା ଦେଖିବାକୁ ମିଳୁଛି। କିଛି ରୋଗୀ […]
କାର୍ଯ୍ୟକ୍ଷମ ହେଉନି କୋଭିଡ଼୍‌ କେୟାର୍‌ ସେଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial