ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ

ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗ

ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି। ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ବୋହୂ ରୋନାଲି। କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି। ସେ କଟକ ଜିଲ୍ଲା ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏତଲାରେ ଶଶିଭୂଶଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି।
ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିଛନ୍ତି। ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି। ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୁର ଶଶିଭୂଷଣ ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ଶ୍ୱଶୁର ଘର ଲୋକେ ୪୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ। ତାଙ୍କୁ ସ୍ଵାମୀ ବି ଧକ୍କା ମାରିଥିଲେ। ଉଲ୍ଲେଖଯୋଗ୍ୟ, ରୋନାଲିଙ୍କ ବାପା ଜଣେ ଅବସରପ୍ରାପ୍ତ କର୍ମଚାରୀ। ଏଣେ ଅଭିଯୋଗ ପରେ ସଫେଇ ରଖିଛନ୍ତି ଶଶିଭୂଷଣ ବେହେରା। ସେ କହିଛନ୍ତି, ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି। ଯୌତୁକ ନିର୍ଯାତନା ଅଭିଯୋଗର ପ୍ରାସଙ୍ଗିକତା ନାହିଁ। ମନ୍ତ୍ରିମଣ୍ଡଳ ପ୍ରସଙ୍ଗ ଚର୍ଚ୍ଚାରେ ଥିବାରୁ ଏହା ବିରୋଧୀଙ୍କ ଏକ ଷଡ଼ଯନ୍ତ୍ର। ବୋହୂ ଆମ ପାଖରେ ଅଧିକ ସମୟ ରୁହନ୍ତି ନାହିଁ।

Share Now:

Kalinga News Beuro

Next Post

ବିଜେଡିକୁ କଡ଼ା ଭାଷାରେ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

Tue May 16 , 2023
ଭୁବନେଶ୍ୱର: କପିଳେଶ୍ୱର ମନ୍ଦିର ସଂରକ୍ଷଣ ପ୍ରସଙ୍ଗରେ ବିଜେଡିକୁ କଡ଼ା ଭାଷାରେ ଜବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ସରକାରଙ୍କୁ ବାଧିଲା ଶଶିକଳା ସିଣ୍ଡ୍ରୋମ୍ । ତେଣୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମୋ ଭିତରେ ବିବାଦ ସୃଷ୍ଟି କରିବାକୁ ଶାସକ ଦଳ ପ୍ରୟାସ କରୁଛି। ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ଭଉଣୀ ବୋଲି କହିବା ସହ ତାଙ୍କୁ ରାଜନୀତିକୁ ଆଣି ସେ ପ୍ରାର୍ଥୀ କରାଇଥିବା ମଧ୍ୟ କହିଛନ୍ତି। […]
ବିଜେଡିକୁ କଡ଼ା ଭାଷାରେ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial