ବିଜେଡିକୁ କଡ଼ା ଭାଷାରେ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ବିଜେଡିକୁ କଡ଼ା ଭାଷାରେ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କପିଳେଶ୍ୱର ମନ୍ଦିର ସଂରକ୍ଷଣ ପ୍ରସଙ୍ଗରେ ବିଜେଡିକୁ କଡ଼ା ଭାଷାରେ ଜବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ସରକାରଙ୍କୁ ବାଧିଲା ଶଶିକଳା ସିଣ୍ଡ୍ରୋମ୍ । ତେଣୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମୋ ଭିତରେ ବିବାଦ ସୃଷ୍ଟି କରିବାକୁ ଶାସକ ଦଳ ପ୍ରୟାସ କରୁଛି। ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ଭଉଣୀ ବୋଲି କହିବା ସହ ତାଙ୍କୁ ରାଜନୀତିକୁ ଆଣି ସେ ପ୍ରାର୍ଥୀ କରାଇଥିବା ମଧ୍ୟ କହିଛନ୍ତି। ଯଦି ସେ ଭାବିବେ ଏହାଦ୍ୱାରା ରାଜନୀତି କରିବେ, ଏହା ଭୁଲ ହବ। ମୂଳ ବିଷୟ ହେଉଛି ଓଡ଼ିଶାର ଅସ୍ମିତା, ସ୍ୱାଭିମାନ, ଓଡିଶାବାସୀଙ୍କ ସ୍ୱପ୍ନ ଓ ଓଡ଼ିଶାକୁ ବଡ଼ କରିବା, ଦେଶର ଏକ ନମ୍ବର ରାଜ୍ୟ କରିବା। ଏଥିପାଇଁ ସମସ୍ତେ କାମ କରନ୍ତୁ। ଶଶିକଳା ସିଣ୍ଡ୍ରୋମରେ ରାଜ୍ୟ କି ଦେଶ ବଡ଼ ହେବନି।
ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବାକୁ ପ୍ରୟାସ କରିବା ଉଚିତ। ଡବଲ ଇଞ୍ଜିନ ନବୀନଙ୍କ ଦ୍ୱାରା ହୋଇପାରିବନି। ଏଠି ଫାଳେ ଇଞ୍ଜିନ ଅଛି, ଓଡ଼ିଶା ସ୍ୱାସ୍ଥ୍ୟସେବା ସର୍ଭେ ରିପୋର୍ଟ ଦେଖନ୍ତୁ। ସୂଚନାଯୋଗ୍ୟ, କପିଳେଶ୍ୱର ମନ୍ଦିର ସଂରକ୍ଷଣ ପ୍ରସଙ୍ଗରେ ବିଜେପିର ମନ୍ତ୍ରୀ ଓ ସାଂସଦଙ୍କ ଛକାପଞ୍ଝା ଚର୍ଚ୍ଚାରେ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରିଥିଲା ବିଜେଡି। ସଂସ୍କୃତି ମନ୍ତ୍ରାଳୟର ବିଜ୍ଞପ୍ତି ପରେ ସଂସ୍କୃତି ବିଭାଗକୁ ଶ୍ରୀ ପ୍ରଧାନ ଚିଠି ଲେଖିବା ଘଟଣାରେ ଲୋକେ ହସୁଛନ୍ତି। ଓଡ଼ିଶା ପାଇଁ କାମ ନ କରି ମନ୍ତ୍ରୀ ପ୍ରଚାରରେ ମାତିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଥିଲେ।

Share Now:

Kalinga News Beuro

Next Post

ନସ୍କଲ ଏରିଆ କମାଣ୍ଡର ସମେତ ଦୁଇ ଗିରଫ : ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

Tue May 16 , 2023
ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପିପୁଲ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ)ର ଏରିଆ କମାଣ୍ଡର ନେଲସନ୍ ଗୁଡ଼ିଆ ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଏହି ଦୁଇ ହାର୍ଡକୋର୍ ପିଏଲ୍ଏଫ୍‌ଆଇ ସଦସ୍ୟ ଓଡିଶା-ଝାରଖଣ୍ଡ ସୀମାନ୍ତ ବିଶ୍ରା, ଜରେଇକେଲା, ଭାଲୁଲତା ଆଦି ଅଞ୍ଚଳରେ ବିଭିନ୍ନ ଅପରାଧିକ […]
ନସ୍କଲ ଏରିଆ କମାଣ୍ଡର ସମେତ ଦୁଇ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial