ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ଧମକପୂର୍ଣ୍ଣ ଫୋନ: ଆଶ୍ରମରେ ପହଞ୍ଚିଲେ ବୋମା ନିଷ୍କ୍ରିୟକାରୀ ଟିମ

ଜୀବନ ମୁକ୍ତାନନ୍ଦ ପୁରୀ ବାବା

ଫୁଲବାଣୀ: କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍। ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ ଦିଆଯାଇଛି। ଆଜି ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ। ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା। ଆସନ୍ତା ୪ ଦିନ ମଧ୍ୟରେ ଏକାଧିକ ବାର ଫୋନ କଲ ଜରିଆରେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। କୌଣସି ଅଜଣା ଫୋନ ନମ୍ବରରୁ ଏହି ହତ୍ୟା ଧମକ ଆସିବା ପରେ ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେଇଛନ୍ତି। ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକଡି କରିଛନ୍ତି ତୁମୁଡ଼ିବନ୍ଧ ଆଇଆଇସି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଂଚିଥିବାବେଳେ ୮ବନ୍ଧୁକ ଧାରୀ ପୁଲିସ ଓ ଜଣେ ଅଫିସର ମୃତୟନ ହୋଇଛନ୍ତି। ପୂର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଥିଲା। ଏହାର ଗୋଟିଏ ଦିନ ପରେ ଦୃବୁର୍ତ୍ତ ଆଶ୍ରମ ମଧ୍ୟରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିଲେ। ଏଭଳି ଘଟଣା ପରେ ବିଜେପିର ଏକ ଟିମ୍ ଆଶ୍ରମ ଗସ୍ତ କରିଛନ୍ତି।

Share Now:

Kalinga News Beuro

Next Post

ଇସ୍ତଫା ଦେଇ ଆନ୍ଧ୍ର ରାଜ୍ୟପାଳ କୋଟିଆ ଆନ୍ଦୋଳନରେ ସାମିଲ ହୁଅନ୍ତୁ : ଆମ ଅଧିକାର

Sun Feb 21 , 2021
ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ବିଜେପି ପର୍ଯ୍ୟଟନ ରାଜନୀତି ବନ୍ଦ କରୁ ଏବଂ ଆନ୍ଧ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ବିଶ୍ୱଭୂଷଣ ହରିଚନ୍ଦନ କୋଟିଆ ଆନ୍ଦୋଳନରେ ସାମିଲ ହୁଅନ୍ତୁ ବୋଲି ‘ଆମ ଅଧିକାର’ ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା ଓ ସଞ୍ଜୟ ପରିଡ଼ା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଦୋମୁହାଁ ରାଜନୀତିର […]
ଇସ୍ତଫା ଦିଅନ୍ତୁ ବିଶ୍ୱଭୂଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial