୨.୩ ଲକ୍ଷ କୋଟିର ବଜେଟ୍ : ସ୍ୱାସ୍ଥ୍ୟ, ଶିକ୍ଷା ଓ ମିଶନ ଶକ୍ତି ଉପରେ ଗୁରୁତ୍ୱ

ସ୍ବାସ୍ଥ୍ୟ, ଶିକ୍ଷା ଓ ମିଶନ ଶକ୍ତି

ଭୁବନେଶ୍ୱର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାରଦିନ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା ଥିଲା। ଏହା ମଧ୍ୟରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ରାଜସ୍ୱ ୫୩ ହଜାର କୋଟି ଟଙ୍କା ଓ ଅଣ-ଟିକସ ରାଜସ୍ୱ ୫୨,୫୦୦ କୋଟି ଟଙ୍କା ରହିବ। କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ହିସାବରେ ରାଜ୍ୟ ସରକାର ୪୬,୨୫୧ କୋଟି ଟଙ୍କା ମିଳିବାକୁ ଥିବାବେଳେ କେନ୍ଦ୍ରୀୟ ଅନୁଦାନ ୩୨,୭୪୯ କୋଟି ଟଙ୍କା ରହିଛି।
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟବରାଦ ୨୭ ପ୍ରତିଶତ ବୃଦ୍ଧି ପାଇ ୧୬,୦୪୮ କୋଟି ଟଙ୍କାରେ ପହଞ୍ଚିଛି। ପାଇପ ପାନୀୟ ଜଳ ଯୋଗାଣ ପାଇଁ ବ୍ୟୟବରାଦ ୫୮ ପ୍ରତିଶତ ବୃଦ୍ଧି ପାଇ ୧୩,୨୧୫ କୋଟି ଟଙ୍କାରେ ପହଞ୍ଚିଛି। କୃଷି ଓ ସଂପର୍କିତ କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କା, ସଡ଼କ, ପୋଲ, ରେଳପଥ ଆଦି ଭିତ୍ତିଭୂମି ପାଇଁ ୧୯୪୫୨ କୋଟି ଟଙ୍କା, ସହରାଞ୍ଚଳ ବିକାଶ ପାଇଁ ୭୯୧୪ କୋଟି ଟଙ୍କା ଓ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ପାଇଁ ୬୨୨୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି ଟଙ୍କା, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି ଟଙ୍କା, ଅନୁସୂଚୀତ ଜାତି ବିକାଶ ପାଇଁ ୩୮୪୩୭ କୋଟି ଟଙ୍କା ଓ ପର୍ଯ୍ୟଟନ ପାଇଁ ୬୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Share Now:

Kalinga News Beuro

Next Post

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ଡାକୋଟାର ମୁଖ୍ୟ ଯନ୍ତ୍ରାଂଶ

Sat Feb 25 , 2023
ଭୁବନେଶ୍ୱର: ଇତିହାସ ବର୍ଣ୍ଣିତ ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶକୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ରଖାଯାଇଛି। ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି। ଆସନ୍ତା ସୋମବାର ଭିତରେ ଫ୍ୟୁଜ ଲେସ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଏଥିରେ ଇଞ୍ଜିନ ଓ଼ ଉଇଙ୍ଗସ ଲଗାଯିବ। ଦୀର୍ଘଦିନ ଧରି ପଡ଼ିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ […]
ବିମାନବନ୍ଦର ସାମ୍ନାରେ ଡାକୋଟାର ମୁଖ୍ୟ ଯନ୍ତ୍ରାଂଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial