ନସ୍କଲ ଏରିଆ କମାଣ୍ଡର ସମେତ ଦୁଇ ଗିରଫ : ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

ନସ୍କଲ ଏରିଆ କମାଣ୍ଡର ସମେତ ଦୁଇ ଗିରଫ

ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପିପୁଲ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ)ର ଏରିଆ କମାଣ୍ଡର ନେଲସନ୍ ଗୁଡ଼ିଆ ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଏହି ଦୁଇ ହାର୍ଡକୋର୍ ପିଏଲ୍ଏଫ୍‌ଆଇ ସଦସ୍ୟ ଓଡିଶା-ଝାରଖଣ୍ଡ ସୀମାନ୍ତ ବିଶ୍ରା, ଜରେଇକେଲା, ଭାଲୁଲତା ଆଦି ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ଅଛନ୍ତି। ଏମାନଙ୍କ ନାଁରେ ଦାଦା ବଟି, ହତ୍ୟା ଉଦ୍ୟମ ଭଳି ଅତି ଜଘନ୍ୟ ମାମଲା ରହିଛି। ନେଲସନର ଗତିବିଧି ସମ୍ପର୍କରେ ଖବର ପାଇ ରାଉରକେଲା ପୁଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଶ୍ରା ଥାନା ଅଞ୍ଚଳରେ ଚଢ଼ଉ କରିଥିଲେ। ନେଲସନକୁ ଗିରଫ କରିବା ପରେ ତାର ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ପୁଲିସ ଗିରଫ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Share Now:

Kalinga News Beuro

Next Post

ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ହେଉଛି ଗୁଳୁଗୁଳି : ସମ୍ବଲପୁରରେ ସର୍ବାଧିକ ୪୩.୬ ଡିଗ୍ରି ରେକର୍ଡ

Tue May 16 , 2023
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ହେଉଛି ଗୁଳୁଗୁଳି। ଚଳିତ ସପ୍ତାହରେ ଏହା ଜନଜୀବନକୁ ଆହୁରି ଅସ୍ତବ୍ୟସ୍ତ କରିପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ତେବେ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଖରା ଲୋକଙ୍କର କଷ୍ଟ ଦୁଇଗୁଣ ବଢ଼ାଇ ଦେଇଛି। ଆଜି ଅପରାହ୍ନ ଦିନ ୨ଟା ୩୦ମିନିଟ ସୁଦ୍ଧା ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା ବେଳେ ସମ୍ବଲପୁରରେ ଏହା ସର୍ବାଧିକ ୪୩.୬ ଡିଗ୍ରି ରେକର୍ଡ ହୋଇଛି। […]
ଦିନ ୨ଟା ୩୦ରେ ୪୩.୬ ଡିଗ୍ରିରେ ସିଝିଲେ ସମ୍ବଲପୁରବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial