ଜୟପୁର: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡ ପରି ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ରାଜସ୍ଥାନର ଜୟପୁରରେ ସାମ୍ନାକୁ ଆସିଛି। ଏଠାରେ ଜଣେ ପାଗଳ ପୁତୁରା ନିଜ ବିଧବା ଖୁଡ଼ୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି। କେବଳ ଏତିକି ନୁହେଁ, ହତ୍ୟା ପରେ ସେ ମୃତ ଶରୀରକୁ ମାର୍ବଲ କଟର ମେସିନ୍ ସାହାଯ୍ୟରେ କାଟି ଜଙ୍ଗଲରେ ଫିଙ୍ଗି ଦେଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମୃତ ଶରୀରର କିଛି ଖଣ୍ଡ ମଧ୍ୟ ଉଦ୍ଧାର କରିଛି। ବାସ୍ତବରେ ଘଟଣାଟି ଘଟିଛି ଜୟପୁରର ବିଦ୍ୟାଧରନଗର ଅଞ୍ଚଳର ଲାଲପୁରିଆ ଆପାର୍ଟମେଣ୍ଟ ସେକ୍ଟର-୨ରେ। ଡିସେମ୍ବର ୧୧ରେ ପୁତୁରା ଅନୁଜ ଦିଲ୍ଲୀ ଯିବାକୁ ବାହାରିଥିଲା। ମାତ୍ର ତାର ୬୪ ବର୍ଷୀୟ ଖୁଡ଼ୀ ସରୋଜ ଶର୍ମା ତାକୁ ମନା କରିଦେବାରୁ ସେ ରାଗରେ ଆସି ଏକ ହାତୁଡ଼ିରେ ତାଙ୍କ ମୁଣ୍ଡକୁ ଆଘାତ କରି ହତ୍ୟା କରିଥିଲା। ପରେ ମୃତଦେହକୁ ଲୁଚାଇବା ପାଇଁ ଏକ କଟର ମେସିନ୍ କିଣି ମୃତଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା। ସେହି ଖଣ୍ଡଗୁଡ଼ିକ ସୁଟକେସ୍ ଏବଂ ବାଲ୍ଟିରେ ଭର୍ତ୍ତି କରି କାର ଯୋଗେ ଜଙ୍ଗଲକୁ ନେଇ ବିଭିନ୍ନ ସ୍ଥାନକୁ ଫିଙ୍ଗି ଦେଇଥିଲା। ନିଜ ବାଥରୁମରେ କଟର ଦ୍ୱାରା ମୃତ ଶରୀରକୁ ୧୦ ଖଣ୍ଡରେ କାଟି ଲୁଚାଇଦେବା ପରେ ଥାନାରେ ପହଞ୍ଚି ଖୁଡ଼ିଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲା। ଅଭିଯୁକ୍ତ ଅନୁଜ ରୋଷେଇ ଘରେ ରକ୍ତର ଦାଗ ଧୋଉଥିବା ସମୟରେ ଜଣେ ପଡ଼ୋଶୀ ଦେଖିଦେଇଥିଲେ। ଏହାପରେ ମୃତକଙ୍କ ଝିଅ ପୂଜା ଥାନାରେ ଅଭିଯୁକ୍ତ ବିରୋଧରେ ମାମଲା ଦାୟର କରିଥିଲେ ଏବଂ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ପୂରା ଘଟଣା ବିଷୟରେ ପୁଲିସ କହିଛି ଯେ, “ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପୁତୁରା ଅନୁଜ ତାଙ୍କର ଯତ୍ନ ନେଉଥିଲେ। ସରୋଜ ଦେବୀ ଅନୁଜଙ୍କର ସମସ୍ତ ଖର୍ଚ୍ଚ ବହନ କରୁଥିଲେ। ସରୋଜଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି।
ପୁଣି ଏକ ବୀଭତ୍ସ କାଣ୍ଡ : ଖୁଡ଼ୀକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ପୁତୁରା

Share Now: