ଉଲଗ୍ନ କରି ମାଡ଼ ମାରିବା ସହ ମହିଳାଙ୍କୁ ଲଣ୍ଡା କରି ଚୂନକାଳି ବୋଳିଲେ

ମହିଳାଙ୍କୁ ଲଣ୍ଡା କରି ଚୂନକାଳି ବୋଳିଲେ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୨୦ ନମ୍ବର ୱାର୍ଡ ବେଲତଳ (ଦକ୍ଷଣିଦିଆ) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଗ୍ରାମର ଅନ୍ୟ ମହିଳାମାନେ ବିଚ୍‌ ରାସ୍ତାରେ ମାଡ଼ ମାରିବା ସହ ଲଣ୍ଡା କରି ତାଙ୍କ ମୁହଁରେ କାଳୀ ବୋଳିଛନ୍ତି। ପୀଡ଼ିତା ମହିଳା କେତେକ ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କଠାରୁ ଋଣ କରାଇଦେବାକୁ କହି ଟଙ୍କା ଆଦାୟ କରିଥିଲେ। କିନ୍ତୁ ସେହି ଟଙ୍କା ନ ଫେରାଇଇବାରୁ ଅଭିଯୁକ୍ତମାନେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବେଲତଳ ଗ୍ରାମର ଜଣେ ମହିଳା ସେହି ଗ୍ରାମର ମାଝିସାହିର କେତେକ ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ମହିଳାମାନଙ୍କୁ ବ୍ୟାଙ୍କରେ ଋଣ କରାଇଦେବାର ପ୍ରତିଶୃତି ଦେଇଥିଲେ। ଏଥିପାଇଁ ପ୍ରାୟ ୨୦ ଜଣ ମହିଳାଙ୍କଠାରୁ ୧୨ଶହ ଲେଖାଏ ଟଙ୍କା ନେଇଥିଲେ। ମାତ୍ର ଋଣ ନ ହେବାରୁ ଉକ୍ତ ମହିଳାମାନେ ସେମାନଙ୍କ ଟଙ୍କା ଫେରସ୍ତ ମାଗିଥିଲେ। ମହିଳା ଜଣକ ଏହି ଟଙ୍କା ଫେରାଇବାରେ ଅସମର୍ଥ ହୋଇଥିଲେ। ଫଳରେ ଗତ ଶୁକ୍ରବା‌ର ଦିନ ମହିଳାମାନେ ମିଶି ଉକ୍ତ ମହିଳାଙ୍କୁ ଗାଁ ଦାଣ୍ଡରେ ଲଣ୍ଡା କରି ମାଡ଼ ମାରିବା ସହ ମୁହଁରେ ଚୂନକାଳୀ ବୋଳି ଦେଇଥିଲେ। ଅଭିଯୁକ୍ତମାନେ ତାଙ୍କଠାରୁ ମଙ୍ଗଳସୂତ୍ର, କାନଫୁଲ, ଏଟିଏମକାର୍ଡ, ନଗଦ ୨୫ଶହ ଟଙ୍କା ଛଡାଇ ନେବା ସହିତ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହିତ ଏଥିରେ ସଂପୃକ୍ତ ଥିବା ୧୦ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Share Now:

Kalinga News Beuro

Next Post

ପିପିଲିରେ ବିଭିନ୍ନ ଦଳ ପାଇଁ ପ୍ରଚାର ମଙ୍ଗ ଧରିଲେ ଷ୍ଟାର ପ୍ରଚାରକ

Wed Sep 22 , 2021
ପିପିଲି: ଆଉ ୯ ଦିନ ପରେ ପିପିଲି ଉପନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର। ବିଭିନ୍ନ ଦଳର ରାଜନେତାମାନେ ଏବେ ପିପିଲି ମୁହାଁ ହୋଇଛନ୍ତି। ପୂର୍ବଭଳି ପିପିଲି ଉପନିର୍ବାଚନରେ ସେଭଳି ତାତି ନ ଥିଲେ ବି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ତୁଙ୍ଗ ନେତାମାନେ ପିପିଲିରେ ଡେରା ପକାଇବା ଆରମ୍ଭ କରିଛନ୍ତି। ଗତକାଲିଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଦଳର ମନ୍ତ୍ରୀ, ବିଧାୟକ, […]
ପ୍ରଚାର ମଙ୍ଗ ଧରିଲେ ଷ୍ଟାର ପ୍ରଚାରକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial