ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ହଡପ କରିଥିବା ଠକ ଗିରଫ

ମାଲକାନଗିରି: ମାଲକାନଗିରି ମରଡିକାଲ ରେ ଚାକିରି ଦେବା ନାମରେ ବହୁଥର ଦଲଲମାନେ ନିରୀହ ଲୋକଙ୍କୁ ଠକି ଟଙ୍କା ଆତ୍ମସାତ କରିଥିବା ନଜିର ରହିଛି। ଏବେ ପୁଣି ଜଣେ ମହିଳା ମାଲକାନଗିରି ମେଡ଼ିକାଲରେ ଚାକିରି କରିବା ପାଇଁ ଠକର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ସୂଚନା ଅନୁଯାୟୀ ଏମଭି-୪୨ ଗ୍ରାମର ବିଶ୍ୱଜିତ ଢାଳିଙ୍କ ପତ୍ନୀ କାକୁଲି ଦତ୍ତ ମାଲକାନଗିରି ମେଡ଼ିକାଲରେ ଚାକିରି କରୁଥିବା ହୀରା ହଂସାଙ୍କ ସହ ସାକ୍ଷାତ ହୋଇଥିଲା। ସେ କାକୁଲିକୁ ମେଡ଼ିକାଲରେ ଚାକିରି କରିବା ପାଇଁ ହେଲେ ଭୁବନେଶ୍ୱରର ମନୋଜ ସୁତାରଙ୍କ ସହ କଥାବାର୍ତ୍ତା କରନ୍ତୁ ବୋଲି କହିଥିଲେ ଓ ଫୋନ ନମ୍ବର ଦେଇଥିଲେ। ଫୋନ ନମ୍ବର ପାଇ କାକୁଲି ମନୋଜ ସହ କଥାବାର୍ତ୍ତା ହୋଇଥିଲେ।
ମନୋଜ ଚାକିରି ପାଇଁ ପ୍ରଥମେ ୫୦ ହଜାର ଟଙ୍କା ମାଗିଥିଲେ। ପରେ ପୁଣି ୨୦୨୨ ମସିହା ଅକ୍ଟୋବର ୧ ତାରିଖରେ ୨ ଲକ୍ଷ ୫୦ ହଜାର ମାଗିଲେ। ପୁଣି ୧୦ ତାରିଖରେ ଦେଢ଼ ଲକ୍ଷ ଟଙ୍କା ମାଗିଥିଲେ। ମୋଟ ୪ ଲକ୍ଷ ୫୦ ହଜାର ଟଙ୍କା କାକୁଲି ଠାରୁ ଚାକିରୀ କରାଇଦେବା ନାମରେ ଠକି ନେଇଥିଲେ। ଟଙ୍କା ନେଇ ଚାକିରି କରାଇ ନଦେବାରୁ କାକୁଲି ବାଧ୍ୟ ହୋଇ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏତଳକୁ ଭିତ୍ତି କରି ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।ଶେଷରେ ଭୁବନେଶ୍ୱରରୁ ଠକ ମନୋଜ ସୁତାରଜୁ ଗିରଫ କରାଯାଇଥିଲା। ମୋନଜକୁ ଗିରଫ ପରେ ପଚରା ଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Share Now:

Kalinga News Beuro

Next Post

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ମୁଁ ଲଣ୍ଡା ହେବି : ଆପ ନେତା ସୋମନାଥ ଭାରତୀ

Sun Jun 2 , 2024
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ) ର ଜଣେ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ନେଇ ଲୋକସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି, ଯାହା ପରେ ସେ ସୋସିଆଲ ମିଡିଆ ୟୁଜର୍ସଙ୍କ ଦ୍ୱାରା ପରିହାସର ଶିକାର ହୋଇଛନ୍ତି। ବାସ୍ତବରେ ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହେବା ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ) ନେତା ସୋମନାଥ ଭାରତୀ […]

ଆହୁରି ପଢ଼ନ୍ତୁ