ଭୁବନେଶ୍ୱର: ମାଟ୍ରିମୋନି ସାଇଟ୍ରେ ନିଜକୁ ନୌସେନା ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବ୍ଲାକ୍ମେଲ କରିବା ମହଙ୍ଗା ପଡ଼ିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରି ଜଣେ ଯୁବକ ବନ୍ଧା ହୋଇଛି। ଗିରଫ ଅଭିଯୁକ୍ତର ନାମ ସୌମ୍ୟରଞ୍ଜନ ମିଶ୍ର। ସୂଚନା ଅନୁସାରେ ମାଟ୍ରିମୋନି ସାଇଟରେ ନିଜକୁ ନୌସେନା ଅଧିକାରୀ କହି ସୌମ୍ୟରଞ୍ଜନ ମିଛ ଆକାଉଣ୍ଟ ଖୋଲିଥିଲା। ଏହି ପ୍ରୋଫାଇଲରେ ନିଜକୁ ଅଧିକାରୀ ଭାବେ ଉଲ୍ଲେଖ କରିଥିଲା। ସେହି ପ୍ରୋଫାଇଲ ଦେଖି ପୀଡ଼ିତା ଓ ତାଙ୍କ ପରିବାର ଲୋକ ଫାଶରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବାହାଘର ଠିକ ହୋଇଥଲା। ବାହାଘର ପୂର୍ବରୁ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋକୁ କ୍ୟାମେରାରେ କଏଦ କରିଥିଲା ଅଭିଯୁକ୍ତ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୁବକ ମିଛ ପ୍ରୋଫାଇଲ କରିଥିବା ନେଇ ପରିବାର ଲୋକ ଜାଣିବା ପରେ ବାହାଘର ଭାଙ୍ଗିଥିଲେ।
ବିବାହ ଭାଙ୍ଗିଯିବା ପରେ ଅଭିଯୁକ୍ତ ସୌମ୍ୟରଞ୍ଜନ ଫଟୋ ଓ ଭିଡ଼ିଓ ଭାଇରାଲ କରିବାର ଭୟ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ କରିଥିଲା। ଏହାରି ଭିତରେ ଯୁବତୀଙ୍କ ବାହାଘର ଅନ୍ୟତ୍ର ଠିକ ହୋଇଥିଲା। କିନ୍ତୁ ସୌମ୍ୟରଞ୍ଜନ ଏହାକୁ ସହ୍ୟ କରିପାରି ନଥିଲା। ପ୍ରତିଶୋଧ ପରାୟଣ ହୋଇଥିଲା। ପୀଡିତାଙ୍କ ସହିତ ଯେଉଁଠି ବିବାହ ଠିକ୍ ହୋଇଥିଲା, ସେଠାକୁ ମୋବାଇଲରେ ପୂର୍ବରୁ ରେକର୍ଡ କରି ରଖିଥିବା ଅନ୍ତରଙ୍ଗ ମୁହୁର୍ତ୍ତ ଭିଡ଼ିଓ ଓ ଫଟୋକୁ ପଠାଉ ଥିଲା। ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ସୌମ୍ୟରଞ୍ଜନ ମିଶ୍ରକୁ ଗିରଫ କରିଛି ପୁଲିସ।
ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

Share Now: