ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଗୁନିଆ ତହସିଲଦାର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଗୁନିଆ ତହସିଲଦାର

ଖୋର୍ଦ୍ଧା: ବେଗୁନିଆା ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆ ଉପନିବନ୍ଧକ ପୃଥିବୀରାଜ ମଣ୍ଡଳ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।ବେଗୁନିଆର ଏକ ଚାଷ ଜମିକୁ ଘରବାଡ଼ିରେ କିସମ ପରିବର୍ତ୍ତନ କରିବାକୁ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଏନେଇ ତହସିଲଦାର ତଥା ଉପନିବନ୍ଧକ ଶ୍ରୀ ମଣ୍ଡଳ ତାଙ୍କୁ ୪୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଜଣକ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଗତକାଲି ୯/୨୦୨୨ରେ ଏକ ମାମଲା ରୁଜୁ କରି ରଙ୍ଗେହାତ ଧରିବା ପାଇଁ ଯୋଜନା କରିଥିଲା। ଆଜି ଅପରାହ୍ଣରେ ଭୁବନେଶ୍ୱର କଳିଙ୍ଗବିହାର ଠାରେ ଥିବା ଶ୍ରୀ ମଣ୍ଡଳଙ୍କ ବାସଭବନ ସମ୍ମୁଖରେ ଉକ୍ତ ବ୍ୟକ୍ତିଜଣକ ୪୫ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲେ। ରଙ୍ଗବୋଳା ନୋଟ୍ ଓ ହାତର ରସାୟନିକ ପରୀକ୍ଷା କରାଯାଇ ଲାଂଚ ନେବା ଟଙ୍କା ଜବତ କରାଯାଇଥିଲା। ଏହାପରେ ଭିଜିଲାନ୍ସର ୪ଜଣିଆ ଟିମ୍ ବେଗୁନିଆ ତହସିଲ ଓ ଉପନିବନ୍ଧକ କାର୍ଯ୍ୟାଳୟରେ ପହଂଚିଥିଲେ। ସେଠାରେ ରାତି ପ୍ରାୟ ୯ଟା ଯାଏଁ ବିଭିନ୍ନ ନଥିପତ୍ରର ଯାଂଚ କରାଯାଇଥିଲା। ଏହାପରେ ଭିଜିଲାନ୍ସ ଟିମ୍ ଶ୍ରୀମଣ୍ଡଳଙ୍କୁ ସାଥିରେ ନେଇ ଭୁବନେଶ୍ୱର କାର୍ଯ୍ୟାାଳୟ ଚାଲିଯାଇଥିଲେ। ସୂଚନାଯୋଗ୍ୟ, ଶ୍ରୀମଣ୍ଡଳଙ୍କ ନାମରେ ପୂର୍ବରୁ ଜମିଜମା ପଂଜୀକରଣ, କିସମ ପରିବର୍ତନ ଆଦିରେ ଦୁର୍ନୀତି କରାଯାଉଥିବା ନେଇ ଏକାଧିକ ଥର ଅଭିଯୋଗ ହୋଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ସ୍ଥାନୀୟ ଲୋକ ଲିଖିତ ଅଭିଯୋଗ କରିଥିଲ।

Share Now:

Kalinga News Beuro

Next Post

ଓଡ଼ିଶାରେ ହେବ ନାହିଁ ହାଇକୋର୍ଟ ବେଞ୍ଚ, ନିଃସର୍ତ୍ତରେ ଆନ୍ଦୋଳନ ପ୍ରତ୍ୟାହାର କର : ସୁପ୍ରିମକୋର୍ଟ

Wed Dec 14 , 2022
ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଚାଲିଥିବା ଓକିଲଙ୍କ ଆନ୍ଦୋଳନକୁ ଲାଗିଛି ବଡ଼ ଧକ୍କା। ଆଜି ସମ୍ବଲପୁରରେ ଓକିଲ ଆନ୍ଦୋଳନକୁ ନେଇ ରୁଜୁ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶାରେ ହାଇକୋର୍ଟର ଅତିରିକ୍ତ ବେଞ୍ଚ ସ୍ଥାପନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଏସ କେ କାଉଲ୍ ଓ ଜଷ୍ଟିସ ଏ.ଏସ୍ ଓକାଙ୍କ ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ […]
ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial