ବିରିୟାନି ପାଇଁ ଟଙ୍କା ନ ଦେବାରୁ ୬୦ ଥର ଛୁରି ଭୁସି ହତ୍ୟା

ନୂଆଦିଲ୍ଲୀ: ବରିୟାନି ଖାଇବାକୁ ଟଙ୍କା ମାଗିବା ଘଟଣାରେ ଜଣେ ୧୬ ବର୍ଷିୟ ତରୁଣ ଜଣେ ୧୭ ବର୍ଷିୟ ତରୁଣକୁ ୬୦ ଥର ଛୁରି ମାରିଥିବା କଥା ପୁଲିସ କହିଛି।ଉତ୍ତରପୂର୍ବ ଦିଲ୍ଲୀର ‘ୱେଲ୍‌କମ୍‌’ ଅଞ୍ଚଳରେ ଘଟିଥିବା କାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଲାଗିଥିବା ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଛି। ସେଥିରେ ଦେଖାଯାଉଛି, ୧୬ ବର୍ଷିୟ ତରୁଣ ସେ ୧୭ ବର୍ଷର ତରୁଣକୁ ଛରି ଭୁସି ତା’ର ବେକ କାଟିବାକୁ ଉଦ୍ୟମ କରୁଛି। ପରେ ତା’ ମୁଣ୍ଡରେ ଗୋଇଠା ମାରି ତା’ର ରକ୍ତାକ୍ତ ଶବକୁ ଘୋଷାରି ଘୋଷାରି ସେ ଗଳି ସାରା ବୁଲି ନାଚ କରୁଛି। ସନ୍ଦିଗ୍ଧ ୧୬ ବର୍ଷିୟ ତରୁଣକୁ ପୁଲିସ ବୁଧବାର ସକାଳେ ଗିରଫ କରି ନରହତ୍ୟା ଅଭିଯୋଗ ଦାଏର କରିଛି। ସ୍କୁଲ୍‌ରୁ ପାଠଛାଡ଼ି ଥିବା ସେ ତରୁଣଟି ମଙ୍ଗଳବାର ରାତି ପ୍ରାୟ ୧୦.୨୦ରେ ୧୭ ବର୍ଷିୟ ତରୁଣକୁ ହତ୍ୟା କରିବା ବେଳେ ନିଶାସକ୍ତ ଥିଲା ବୋଲି ପୁଲିସ କହିଛି। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ତା’ ବାପାମାଆଙ୍କ ପାଖରେ ସେ ରହେ। ନିହତ ୧୭ ବର୍ଷିୟ ତରୁଣ ହେଉଛି ନିକଟରେ ଥିବା ଜବ୍ରାବାଦବାସୀ। ଗୃହ ସହାୟିକା ଭାବେ କାମ କରୁଥିବା ମାଆ ପାଖରେ ସେ ରହୁଥିଲା।
ତଦନ୍ତକାରୀମାନେ କହିଛନ୍ତି, ତରୁଣ ଦୁହେଁ ପରସ୍ପରଙ୍କୁ ଜାଣନ୍ତି ନାହିଁ। ସନ୍ଦିଗ୍ଧ ୧୬ ବର୍ଷିୟ ତରୁଣ ୱେଲ୍‌କମ୍‌ ଅନ୍ତର୍ଗତ ଜନତା ମଜ୍‌ଦୁର୍‌ କଲୋନିରେ ପହଞ୍ଚି ୧୭ ବର୍ଷିୟ ତରୁଣକୁ ବିରିୟାନି କିଣିବାକୁ ୩୫୦ ଟଙ୍କା ମାଗିଲା। ସେ ନ ଦେବାରୁ ସନ୍ଦିଗ୍ଧ ତା’ଠାରୁ ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରିବାରୁ ସଂଘର୍ଷର ସୂତ୍ରପାତ ହେଲା। ତା’ପରେ ସନ୍ଦିଗ୍ଧ ସେ ତରୁଣର ତଣ୍ଟିଚିପି ଅଚେତ କରି ଦେଲା। ତା’ର କିଛି ସମୟରେ ପରେ ତା’ ଦେହରେ ବହୁବାର ଛୁରି ଭୁସି ଚାଲିଲା। ପରେ ସ୍ଥାନୀୟ ଲୋକେ ୧୭ ବର୍ଷିୟ ତରୁଣକୁ ଆହତ ଅବସ୍ଥାରେ ପଡ଼ିଥିବା ଦେଖି ‘ଜିଟିବି’ ହସ୍ପିଟାଲ୍‌କୁ ନେଲେ, କିନ୍ତୁ ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କ‌ଲେ।

Share Now:

Kalinga News Beuro

Next Post

ଆଜିଠୁ ବିଧାନସଭା ଆଗରେ ଧାରଣା ଦେଲେ ପ୍ରଯୋଜିକା ସନଲିଶା

Thu Nov 23 , 2023
ଭୁବନେଶ୍ୱର: ନ୍ୟାୟ ମିଳିଲାନି। ଶେଷରେ ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଲେ ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି। ସେହି ଦାବି ଗୁଡିକ ହେଉଛି ଯେ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial