ସାମ୍ବାଦିକାଙ୍କୁ ମାଡ ମାମଲାରେ ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଆଜି ଜାମିନ ମିଳିଛି। ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ କୋର୍ଟ ସଂରକ୍ଷିତ ରଖିଥିଲେ। ଆଉ ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଟୁଟୁଙ୍କୁ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ଦିଆଯାଇଛି। ଉଲ୍ଲେଖ ଥାଉ କି ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
ଦଫା ୩୫୪, ୩୪୧, ୩୨୩, ୨୯୪ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି ସିନେ କମ୍ପ୍ଲେକ୍ସ ଭିତରେ ଏହି ଘଟଣା ଘଟିଥିଲା। ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ମାମଲା ହୋଇଥିଲା ଆଉ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା। ଫିଲ୍ମର ପ୍ରିମିୟର ସୋ’ର ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ଶ୍ରୀୟା, ସ୍ବାତୀ ହଲ୍‌କୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଟୁଟୁ ହଲ୍‌ରୁ ବାହାରି ଯାଉଥିବା ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ କରିଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା।

Share Now:

Kalinga News Beuro

Next Post

୨ଟି କଲରାପତରିଆ ବାଘର ଛାଲ ଜବତ : ୨ ଅଭିଯୁକ୍ତ ଗିରଫ

Wed Nov 8 , 2023
ରାୟଗଡା: ଏସଟିଏଫକୁ ମିଳିଛି ପୁଣି ଏକ ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ରାୟଗଡାରୁ ଦୁଇଟି ବାଘ ଛାଲ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ମଙ୍ଗଳବାର ଗୁଇନ୍ଦା ସୂତ୍ରରୁ ଖବର ପାଇଲା ଯେ ରାୟଗଡାର ଚାନ୍ଦିଲି ଥାନା ଅଞ୍ଚଳରେ ବାଘ ଛାଲ ରାକେଟ ସକ୍ରିୟ ହୋଇଛି। ତୁରନ୍ତ ରାୟଗଡାରେ ଏସଟିଏଫ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚାନ୍ଦିଲି ଥାନା ଅଞ୍ଚଳର ତାମ୍ପରବିଦୁନି ଛକ […]
୨ଟି କଲରାପତରିଆ ବାଘର ଛାଲ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial