ଖିଚିଂର ଐତିହାସିକ ମା’ କିଚକେଶ୍ୱରୀ ମନ୍ଦିରରୁ ହୁଣ୍ଡି କାଟି ଚୋରି

ମା’ କିଚକେଶ୍ୱରୀ ମନ୍ଦିରରୁ ହୁଣ୍ଡି କାଟି ଚୋରି

ସିଙ୍ଗଡ଼ା/କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କିଚକେଶ୍ୱରୀ। ମା’ କିଚକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ। ଗତକାଲି ବିଳମ୍ବିତ ରାତ୍ରରେ ଖିଚିଂର ଏହି ଐତିହାସିକ ମନ୍ଦିରରେ ଥିବା ମୁଖ୍ୟ ହୁଣ୍ଡି କାଟି ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ମୁଖ୍ୟ ହୁଣ୍ଡିରେ ଟଙ୍କା ସହିତ ସୁନାଗହଣା ଦେଇଥାନ୍ତି ଭକ୍ତ। ପରିଛା ଅଜୟ ସାହୁ ଚୋରି ଘଟଣା ବିଷୟରେ ସକାଳେ ରରୁଆଁ ପୁଲିସ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଖିଚିଂ ମନ୍ଦିରରେ ୪-୫ ମାସ ମଧ୍ୟରେ ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଛୋଟ ବଡ଼ ହୁଣ୍ଡି ଭାଙ୍ଗି ଚୋରି କରିଛନ୍ତି। ରରୁଆଁ ପୁଲିସ ପକ୍ଷରୁ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଖିଚିଂ ମନ୍ଦିର ସେବାୟତ ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଖିଚି° ମନ୍ଦିର ପରିଛା ଅଜୟ ସାହୁ କମିଟି ଗତ ଅଗଷ୍ଟ ମାସରେ ହୁଣ୍ଡିରେ ଥିବା ଦାନ ପ୍ରାୟ ୫ ଲକ୍ଷ ଟଙ୍କା କାଢି ନେଇଥିଲେ। ବର୍ତ୍ତମାନ ବର୍ଷା ଦିନ ଥିବାରୁ ମନ୍ଦିରକୁ ସେମିତି ଭକ୍ତଙ୍କ ଆଗମନ ହୁଏ ନାହିଁ ଏବଂ ଅଧିକ ଦାନ ଅର୍ଥ ନ ଥାଇପାରେ ବୋଲି ସେ ରରୁଆଁ ପୁଲିସକୁ ସୂଚନା ଦେଇଛନ୍ତି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ କହିଛନ୍ତି। ଗତ ଫେବୃଆରୀ ୧୧ ତାରିଖ ଦିନ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ। ତେବେ ମନ୍ଦିର ପ୍ରଶାସନ ଏଦିଗରେ ଅଥିକ ଯତ୍ନବାନ ହେବାକଥା। ପୁଣି ମନ୍ଦିରରେ ଲାଗିଥିବା ସି. ସି. କ୍ୟାମେରା ଅଚଳ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି। ମନ୍ଦିରର ପ୍ରଶାସକ ତଥା ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଘଟଣାସ୍ଥଳକୁ ଯାଇଛନ୍ତି।

Share Now:

Kalinga News Beuro

Next Post

ବିରୋଧୀଙ୍କୁ ଆମେ ସଠିକ ଭାବେ ମୁକାବିଲା କରିବୁ: ସରକାରୀ ଦଳ ମୁଖ୍ୟ ସଚେତକ

Fri Sep 22 , 2023
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇତିହାସ ସୃଷ୍ଟି ହୋଇଛି ପ୍ରଥମ ଥର ମହିଳା ବାଚସ୍ପତି ହୋଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ। ସମସ୍ତେ ଏହାକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ବି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।ସେ ଆହୁରି କହିଛନ୍ତି, ପ୍ରସଙ୍ଗ ନେଇ ବିରୋଧୀ ଆସିବେ, ଆମେ ସଠିକ […]
ବିରୋଧୀଙ୍କୁ ଆମେ ସଠିକ ଭାବେ ମୁକାବିଲା କରିବୁ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial