ବିରୋଧୀଙ୍କୁ ଆମେ ସଠିକ ଭାବେ ମୁକାବିଲା କରିବୁ: ସରକାରୀ ଦଳ ମୁଖ୍ୟ ସଚେତକ

ବିରୋଧୀଙ୍କୁ ଆମେ ସଠିକ ଭାବେ ମୁକାବିଲା କରିବୁ-1

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇତିହାସ ସୃଷ୍ଟି ହୋଇଛି ପ୍ରଥମ ଥର ମହିଳା ବାଚସ୍ପତି ହୋଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ। ସମସ୍ତେ ଏହାକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ବି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ପ୍ରସଙ୍ଗ ନେଇ ବିରୋଧୀ ଆସିବେ, ଆମେ ସଠିକ ଭାବେ ତାକୁ ମୁକାବିଲା କରିବୁ। ନୂଆ ଓ ପୃରୁଣା ସଦସ୍ୟ ଠିକ ସମୟରେ ବିଧାନସଭା ଆସିବେ ଓ ସବୁ ସମୟରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିକାଶ ଆମ ପ୍ରମୁଖ ମୁଦ୍ଦା, ବିକାଶ ନେଇ ପ୍ରଶ୍ନର ଉତ୍ତର ରହିବ। ବିଧାନସଭା ଚାଲିବା ବେଳେ ଯାହା ପ୍ରଶ୍ନ ଆସିବ, ଜବାବ ଦିଆଯିବ। ଆଜି ଅପରାହ୍ନ ଚାରିଟାରେ ସର୍ବଦଳୀୟ ବୈଠକ ବସିବ ଏବଂ ପାଞ୍ଚଟାରେ ୨୦୨୩-୨୪ ଲାଗି ଅତିରିକ୍ତ ବଜେଟ ଆଗତ ହେବ।

Share Now:

Kalinga News Beuro

Next Post

୩ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ !

Fri Sep 22 , 2023
ପାନିପତ: ହରିଆଣାର ପାନିପତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାର ଲୋକଙ୍କ ସମ୍ମୁଖରେ ହିଁ ୪ ଜଣ ମିଶି ୩ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଘଟଣା ବୁଧବାରର ବୋଲି ଜଣାପଡ଼ିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ, ହରିଆଣାର ପାନିପତରେ ଗୋଟାଏ ପରିବାରର ୩ ଜଣ ମହିଳାଙ୍କୁ ସେମାନଙ୍କ ଘର ଲୋକଙ୍କ ସମ୍ମୁଖରେ ୪ ଜଣ ଅଜ୍ଞାତ ଲୋକ ଦୁଷ୍କର୍ମ କରିଛନ୍ତି।ପୁଲିସ୍‌ ପକ୍ଷରୁ ଜାଣିବାକୁ ମିଳିଛି ଯେ ଘଟଣା ବୁଧବାର […]
୩ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial