ରାହୁଲ ଗାନ୍ଧିଙ୍କ ପରି ମୁଁ ବ୍ୟକ୍ତିଗତ ଆକ୍ରମଣ କରେନା: ଗୁଲାମ ନବୀ

ଗୁଲାମ ନବୀ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସଦ୍ୟ କଟାକ୍ଷ କରିଛନ୍ତି। ଆଜାଦ କହିଛନ୍ତି, ରାହୁଲ ଗାନ୍ଧିଙ୍କ ପରି ସେ କେବେ ବ୍ୟକ୍ତିଗତ ଆକ୍ରମଣ କରନ୍ତିନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ସେ ସେ ଦୀର୍ଘ ୭ ବର୍ଷ ଧରି ବିରୋଧୀ ଦଳ ନେତାଭାବେ ସମାଲୋଚନା କରିଛନ୍ତି କିନ୍ତୁ ସେ କେବେ ବି ବ୍ୟକ୍ତିଗତ ଆକ୍ରମଣ କରିନାହାନ୍ତି। କଶ୍ମୀର ନ୍ୟୁଜ୍‌ ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇ ଆଜାଦ ଆଜି ଏହା କହିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଆଜାଦଙ୍କ ସାକ୍ଷାତକାରର ଏକ କ୍ଲିପ୍‌ ସେୟାର କରିଛନ୍ତି ଏବଂ ଏହା ‘ପାଗ ପରିବର୍ତ୍ତନ’ ବୋଲି କହିଛନ୍ତି। ଆଜାଦ ଏବେ ବିଜେପିର ଜଣେ ବିଶ୍ବସ୍ତ ସୈନିକ ବୋଲି ଜୟରାମ ରମେଶ କହିଛନ୍ତି।
ଆଜାଦ କହିଛନ୍ତି, ଜି-୨୩ ଗଠନ ହେବା ପରଠାରୁ ରାହୁଲ ତାଙ୍କୁ ବିଜେପି ସହ ଯୋଡ଼ିଛନ୍ତି। ଜଣେ ସ୍ଥାୟୀ ସଭାପତି ନିଯୁକ୍ତି ପାଇଁ ଦାବି କରି ଆମେ ଚିଠି ଲେଖିବାପରେ ମିଛ ଖବର ପ୍ରସାର ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ‌‌ରେ ଏହି ଚିଠି ଲେଖାଯାଇଛି ବୋଲି ମିଛ ଖବର ପ୍ରସାର କରାଯାଇଥିଲା। କଂଗ୍ରେସ କାର୍ଯ୍ୟକାରିଣୀ ଏବଂ ନେତାଙ୍କଠାରୁ ଏହି ମିଛ ଆରମ୍ଭ ହୋଇଥିଲା। କିନ୍ତୁ ମୁଁ କହୁଛି ପ୍ରଧାନମନ୍ତ୍ରୀ ଏତେ ବି ପାଗଳ ନୁହନ୍ତି ଯେ ସେ ଆମକୁ କଂଗ୍ରେସକୁ ସୁଦୃଢ଼ କରିବାପାଇଁ କହିବେ। କେହି ବି ଗୁଲାମ ନବୀଙ୍କ ଉପରେ ହୁକୁମ ଚଲାଇ ପାରିବେନି। ମୋ ବିରୋଧରେ କୌଣସି ମାମଲା କି ଏତଲା ନାହିଁ। ମୋର କିଛି ସମ୍ପତ୍ତି ନାହିଁ। ତେବେ ମୁଁ ଭୟ କରିବି କ’ଣ ପାଇଁ। ବିଜେପି ସହ ସମ୍ପୃକ୍ତି ସଂକ୍ରାନ୍ତରେ ଆଜାଦ ଏହି ଟିପ୍ପଣୀ ଦେଇଛନ୍ତି। ଆଜାଦ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ସଂସଦରେ ୭ ବର୍ଷ ବସିଛି ଏବଂ ତାଙ୍କ ନୀତିକୁ କଡ଼ା ସମାଲୋଚନା କରିଛି। କିନ୍ତୁ କେବଳ ମାତ୍ର ଫରକ ହେଉଛି ମୁଁ କେବେ ବ୍ୟକ୍ତିଗତ ଆକ୍ରମଣ କରେନା। ମୁଁ ନୀତିକୁ ଆକ୍ରମଣ କରେ ବ୍ୟକ୍ତିକୁ ନୁହେଁ।

Share Now:

Kalinga News Beuro

Next Post

ମାଲକାନଗିରିରେ ଅଜଣା ରୋଗ ଘଟଣା : ନମୁନା ପରୀକ୍ଷାରୁ ମଦ, ପାଣି କାରଣ ବୋଲି ଜଣାପଡିଲା

Thu Sep 15 , 2022
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ହଳଦୀକୁଣ୍ଡ ଗାଁରେ ବ୍ୟାପିଥିବା ଅଜଣା ରୋଗ ଚିହ୍ନଟ ହୋଇଛି। ପରୀକ୍ଷା ପାଇଁ ଯାଇଥିବା ନମୁନାର ରିପୋର୍ଟ ମିଳିବାପରେ ଉଦ୍‌ବେଗ କରିବା ଭଳି ସତ ସାମ୍ନାକୁ ଆସିଛି। ମଦ ଓ ପାଣି ଯୋଗୁ ଯକୃତ ଏବଂ କିଡ୍‌ନି ସଂକ୍ରମିତ ହେବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରମାଣ ମିଳିଛି। ଏହି କାରଣରୁ ବହୁସଂଖ୍ୟାରେ ଲୋକ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏହାପରେ ସ୍ବାସ୍ଥ୍ୟ […]
ହଳଦୀକୁଣ୍ଡ ଗାଁରେ ଅଜଣା‌ ରୋଗ

ଆହୁରି ପଢ଼ନ୍ତୁ