କଂଗ୍ରେସରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା

ନୂଆଦିଲ୍ଲୀ: ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ବୁଧବାର ଦିନ ଶର୍ମିଲା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ କଂଗ୍ରେସରେ ଯୋଗ ଦେବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ହଁ, ସେମିତି ମନେହେଉଛି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲାଙ୍କୁ ଔପଚାରିକ ଭାବେ କଂଗ୍ରେସ ପାର୍ଟିରେ ସାମିଲ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ତାଙ୍କ ଦଳ ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ ମଧ୍ୟ ‘କଂଗ୍ରେସ ପାର୍ଟି’ରେ ମିଶିଲା ବୋଲି ଶର୍ମିଲା ଘୋଷଣା କରିବା ସହିତ କହିଛନ୍ତି ଯେ, ତାଙ୍କୁ ‌ଯାହା ଦାଇତ୍ୱ ଦିଆଯିବା ତାହା ସେ ପାଳନ କରିବେ। କଂଗ୍ରେସକୁ ପ୍ରଶଂସା କରି ଶର୍ମିଲା କହିଲେ, କଂଗ୍ରେସ ହେଉଛି ଅକୁଣ୍ଠିତ ଭାବେ ସମସ୍ତ ସମ୍ପ୍ରଦାୟର ସେବା ଓ ସବୁବର୍ଗର ଜନତାଙ୍କୁ ଏକତ୍ର କରି ରଖିଥିବା ଦେଶର ବୃହତ୍ତମ ଧର୍ମନିରପେକ୍ଷ ଦଳ। ସୂଚନାଯୋଗ୍ୟ, ଶର୍ମିଲା ହେଉଛନ୍ତି ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ୱାଇ. ଏସ୍‌. ରାଜଶେଖର ରେଡ୍ଡୀଙ୍କ ଝିଅ। ସେ କହିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ଦେଖିବା ଲାଗି ମୋ ବାପାଙ୍କର ଅଭିଳାଷ ଥିଲା। ଏବେ ସେଥିପାଇଁ ଅବଦାନ ଦେଇ ମୁଁ ଆନନ୍ଦିତ ହେବି।

Share Now:

Kalinga News Beuro

Next Post

ଶ୍ରୀରାମଙ୍କୁ ମାଂସାହାରୀ କହି ପରେ କ୍ଷମା ମାଗିଲେ ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍

Thu Jan 4 , 2024
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ। ନେତାଙ୍କ ଏଭଳି ମନ୍ତବ୍ୟ ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି। ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ। ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ କହିଥିଲେ ଯେ, ‘ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ପଶୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial