ମାଲକାନଗିରିରେ ଅଜଣା ରୋଗ ଘଟଣା : ନମୁନା ପରୀକ୍ଷାରୁ ମଦ, ପାଣି କାରଣ ବୋଲି ଜଣାପଡିଲା

ହଳଦୀକୁଣ୍ଡ ଗାଁରେ ଅଜଣା‌ ରୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ହଳଦୀକୁଣ୍ଡ ଗାଁରେ ବ୍ୟାପିଥିବା ଅଜଣା ରୋଗ ଚିହ୍ନଟ ହୋଇଛି। ପରୀକ୍ଷା ପାଇଁ ଯାଇଥିବା ନମୁନାର ରିପୋର୍ଟ ମିଳିବାପରେ ଉଦ୍‌ବେଗ କରିବା ଭଳି ସତ ସାମ୍ନାକୁ ଆସିଛି। ମଦ ଓ ପାଣି ଯୋଗୁ ଯକୃତ ଏବଂ କିଡ୍‌ନି ସଂକ୍ରମିତ ହେବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରମାଣ ମିଳିଛି। ଏହି କାରଣରୁ ବହୁସଂଖ୍ୟାରେ ଲୋକ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏହାପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିବା ବେଳେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି। ଅସୁସ୍ଥଙ୍କ ଚିକିତ୍ସା ସହ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଉଛି।
ପ୍ରାୟ ଦୁଇ ସପ୍ତାହ ଧରି ହଳଦୀକୁଣ୍ଡ ଗାଁରେ ଭୟାବହ ପରିସ୍ଥିତି ଲାଗିରହିଥିଲା। ୭ଜଣଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଜଣ ଗୁରୁତର ଅସୁସ୍ଥ ହୋଇଥିଲେ। ଏହି ଘଟଣା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଥିଲା। ପ୍ରାୟ ୭ଦିନ ତଳେ ରୋଗ ଚିହ୍ନଟ ପାଇଁ ରକ୍ତ, ପାଣି ଏବଂ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଉଥିବା ମଦ ନମୁନା ସଂଗ୍ରହ କରାଯାଇଥିଲା। ଭୁବନେଶ୍ବରରେ ପରୀକ୍ଷା ପରେ ଉକ୍ତ ନମୁନାର ରିପୋର୍ଟ ମିଳିଛି। ସମସ୍ତ ନମୁନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ସରିଲା ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ : ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ଜାମ

Fri Sep 16 , 2022
୧ କିମି ରାସ୍ତା ଅତିକ୍ରମ ପାଇଁ ଘଣ୍ଟାଏ ସମୟ, ପୁଲିସ ନାକେଦମ୍‌ ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀପଠାରେ ଥିବା ବାଲିଯାତ୍ରା ପଡ଼ିଆରେ ଆଜି ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ସଫଳତାର ସହିତ ସଂପନ୍ନ ହୋଇଛି। ଆଜି ପୂର୍ବାହ୍ନ ୧୦ଟା ୨୦ ମିନିଟରେ ଏହି ଏୟାର ସୋ’ରେ ୯ଟି ହକ୍ ବିମାନ ସାମିଲ ହୋଇଥିଲେ। ବିମାନଗୁଡ଼ିକ ୫ଶହରୁ ୧ହଜାର ଫୁଟ୍ ଉଚ୍ଚରେ ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ। କୁଆଖାଇ […]
ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial